ମୋଟିଭି ଓଡିଶା : ଆଜି ପବିତ୍ର ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଇଥାଏ ।ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ ।
ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ ।ଚାଷୀ ଧାନ କ୍ଷେତରେ ଧାନ ଅନୁକୂଳ କଲେ ଶୁଭଙ୍କର ବୋଲି ପୂର୍ବ ପୁରୁଷରୁ ବିଶ୍ୱାସ ଅଛି।ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆଚଂଳିକ ଚାଷୀ ଅମିଟି ପକ୍ଷରୁ ଧାନ ଅନୁକୂଳ ମହା ସମାରୋହରେ ପାଳିତ ହୋଇଛି।
ଚାଷୀ ତାର ପାରମ୍ପରିକ ବଳଦ ହଳ ଲଗଂଳ ନେଇ ଚାଷ ଜମିରେ ପହଞ୍ଚି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରି ଜମିରେ ଧାନ ବୁଣି ମୁଠି ଅନୁକୂଳ କରିଛି।ଚଳିତ ବର୍ଷ ଭଲ ଫସଲ ଅମଳ କରିବାକୁ ଠାକୁରଙ୍କ ଉପରେ ବିଶ୍ୱାସ ରଖିଛି ଚାଷୀ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।