କଟକ ( ମୋ ଟିଭି ଓଡିଶା ) : ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ଶଙ୍କରପୁର ବାଦାମବାଡି ପୂଜା ମଣ୍ଡପକୁ ଉଚ୍ଛେଦ କରାଯାଇଛି। ଏକ ଜନସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ହାଇକୋର୍ଟ ବାଦାମବାଡିରୁ ଲିଙ୍କ ରୋଡ ମଧ୍ଯରେ ନାଳ ଉପରେ ଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଏହି ପୂଜା ମଣ୍ଡପକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଓ ପୋଲିସ ଉଦ୍ୟମ କରି ବିଫଳ ହୋଇଥିଲେ। ଗତକାଲି ୩ ପ୍ଲାଟୁନ ଫୋର୍ସ ସହ ଆସି ପ୍ରଶାସନ ଏହି ମଣ୍ଡପକୁ ମାପଚୁପ କରିବା ପରେ ଭଙ୍ଗା କାମ ଆରମ୍ଭ ହୋଇଥିଲା। ମଣ୍ଡପ ଉଚ୍ଛେଦକୁ ବିରୋଧ କରିଥିଲେ ପୂଜା କମିଟି ସଦସ୍ଯ ଓ ସାହି ବାସିନ୍ଦା। ତେବେ ଘଟଣାସ୍ଥଳରେ କମିଶନରେଟ ପୋଲିସର ଏସିପିଙ୍କ ସହ ସିଏମସି ଡେପୁଟି କମିଶନର ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରିଥିଲେ।
ଉଚ୍ଛେଦ ହେଲା କଟକ ଶଙ୍କରପୁର ବାଦାମବାଡି ପୂଜା ମଣ୍ଡପ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।