MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା

ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରାତଃ ସମୟରେ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ ଅର୍ପଣ ପୂର୍ବକ ସମିତି ସମ୍ପାଦକ ରାଜକିଶୋର ପାଢ଼ୀ ତଥା ସମସ୍ତଙ୍କ ଉପସ୍ଥିତିରେ ଉଦଘାଟନ କରି ଖେଳକୁଦ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡିଆଁ , ଲମ୍ବଡିଆଁ , କବାଡି ଓ ଯୋଗାସନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏଥିରେ ସମିତିର ସମସ୍ତ ପଦାଧିକାରୀ , କ୍ରୀଡ଼ା ଶିକ୍ଷକ ,ସଂଚାଳ ପ୍ରମୁଖ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସମୂହ ସହଯୋଗ କରିଥିଲେ । ସଭାପତି ଡଃ ମଧୁସୂଦନ ମହାପାତ୍ର , ସମ୍ପାଦକ ରାଜ କିଶୋର ପାଢ଼ୀ , ସମ୍ଭାଗ ପ୍ରମୁଖ ଦେବରାଜ ଧଳ , ଅଭିଯାନ ପ୍ରମୁଖ ଜାକେରେସ୍ ପ୍ରଧାନ , ପ୍ରାଥମିକ ଶିକ୍ଷା ପ୍ରଭାରୀ କୈଳାଶ ଚନ୍ଦ୍ର ବେହେରା ,କାର୍ଯ୍ୟାଳୟ ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ , ରଞ୍ଜିତ କୁମାର ଚୌଧୁରୀ , ପ୍ରାଥମିକ ଶିକ୍ଷା ପ୍ରମୁଖ ସବିତାରାଣୀ ପଟ୍ଟନାୟକ , କାର୍ଯ୍ୟାଳୟ ପ୍ରମୁଖ ଧୀରେସ୍ କହଁର , କ୍ରୀଡ଼ା ଶିକ୍ଷକ ଭବାନୀ କୁମାର ନାୟକ , ବାଲିଗୁଡ଼ା ସଂଚାଳ ପ୍ରମୁଖ କର୍ତ୍ତା ସାନୁରା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ ।

ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସଭାପତିଙ୍କ ଉଦବୋଧନ ପ୍ରାଥମିକ ଶିକ୍ଷା ପ୍ରଭାରୀଙ୍କ ଧନ୍ୟବାଦ ଅର୍ପଣ ପରେ ମଶାଲ ନିର୍ବାପନ କରି ଖେଳକୁଦ କାର୍ଯ୍ୟକ୍ରମକୁ ସମାପ୍ତ କରା ଯାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।