ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକ ରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଦକ୍ଷ l
ନିଜର ବଳିଷ୍ଠ ଚେହେରା, ଷ୍ଟଣ୍ଟ ସାଙ୍ଗକୁ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି l ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ନାଟକ ହୁଏ ଦକ୍ଷ ଙ୍କୁ ଖୋଜା ପଡେ l କେବଳ ପୌରାଣିକ ନାଟକ ନୁହେଁ ସାମାଜିକ କାଳ୍ପନିକ ଓ ଥିଏଟର ରେ ମଧ୍ୟ ଦକ୍ଷ ଙ୍କ ଦଖଲ ରହିଛି ତା ଛଡା ସେ ଜଣେ ଏକାଧାରାରେ କଣ୍ଠଶିଳ୍ପୀ ଓ ବାଦ୍ୟକାର ମଧ୍ୟ, ପାରମ୍ପରିକ ବାଦ୍ୟ ଚାଙ୍ଗୁ, ଢୋଲ, ତବଲା ବାଦ୍ୟ ବଜାଇବାରେ ମଧ୍ୟ ସେ ନିପୁଣ l
କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ରେ ଜନ୍ମିତ ଦକ୍ଷ ବିନ୍ଧାଣୀ ପିଲାଟି ବେଳୁ କୁସ୍ତି କସରତ ଓ ଅଭିନୟ ପ୍ରତି ରୁଚିଥିଲା l ଗାଁ ନାଟକ ରେ ସେ ବିଭିନ୍ନ ଭୂମିକା ରେ ଅଭିନୟ କରୁକରୁ ଆଉ ପଛକୁ ଫେରି ନାହାନ୍ତି ଏବେ ସେ ଓଡିଶା ର ସଫଳ ହନୁମାନ ଭାବେ ବେଶ ପରିଚିତ l
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।