MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାନା’ ମୁକାବିଲା: ସୂର୍ଯ୍ୟାସ୍ତ ପୂର୍ବରୁ ସ୍ଥାନାନ୍ତର ହେବେ ୧୦ ଲକ୍ଷ

ସାମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ପାଇଁ ପ୍ରସ୍ତୁତ ସରକାର 51 ଓଡ୍ରାଫ ଟିମ ନିୟୋଜିତ 20 ଏନଡିଆରଏଫ ଟିମ ନିୟୋଜିତ 1 ଏନଡିଆରଏଫ ଟିମ ଷ୍ଟାଣ୍ଡବାଏ ଭଟିଣ୍ଡାରୁ ଆସିଲେ 5ଟି NDRF ଟିମ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲିଟି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । ୬ ବରିଷ୍ଠ ଆଇଏଏସଙ୍କୁ ୬ ଜିଲ୍ଲା ଦାୟିତ୍ବ ଦିଆଯାଇଥିବା ବେଳେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ଟିମ ମୁତୟନ କରାଯାଇଛି । ଏଥିସହ ୬୨୪୪ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ସାମ୍ଭାବ୍ୟ ବାତ୍ୟା ଦାନାର ଚୂଡାନ୍ତ ସମୀକ୍ଷା କରି ଗତକାଲି(ମଙ୍ଗଳବାର) ଏହା କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବାତ୍ୟା ଦାନା ର ଶେଷ ସମୀକ୍ଷା ହୋଇଛି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହିବୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇନାଲ ଆଡ଼ଭାଇଜରି ଜାରି କରାଯାଇଛି । ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ବର୍ତ୍ତମାନ ୬୨୪୪ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ଏଥିରେ ସ୍ଥାୟୀ ଓ ଅସ୍ଥାୟୀ ରିଲିଫ ସେଣ୍ଟର ରହିଛି । ସାମ୍ଭାବ୍ୟ ବାତ୍ୟା ପହଁଚିବା ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି । ଆଜି(ବୁଧବାର) ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ସାମ୍ଭାବ୍ୟ ବାତ୍ୟା ଓ ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ୮୬୪୭ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କର ୭ରୁ ୧୫ ଦିନ ମଧ୍ୟରେ ପ୍ରସବ ସମ୍ଭାବନା ରହିଛି, ସେମାନଙ୍କୁ ଘରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।”

ରାଜସ୍ବ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ୫୧ଟି ଓଡ୍ରାଫ ଟିମ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ୧୭୮ଟି ଅଗ୍ନିଶମ ଟିମ ମଧ୍ୟ ବିଭିନ୍ନ ଜିଲ୍ଲାରେ ଦାୟିତ୍ବ ନେଇଛନ୍ତି । ୪୦ଟି ଅଗ୍ନିଶମ ଟିମ ରାସ୍ତାରେ ଅଛନ୍ତି । ଆଜି(ବୁଧବାର) ସେମାନେ ସମ୍ବେଦନଶୀଳ ସ୍ଥାନରେ ପହଁଚିଯିବେ । ବିଭିନ୍ନ ଜିଲ୍ଲାରେ ୨୦ NDRF ଟିମ ମୋବିଲାଇଜ ହୋଇଛନ୍ତି । ବର୍ତ୍ତମାନ ୧୯ ଟିମ ନିୟୋଜିତ ହୋଇଥିବାବେଳେ ୧ NDRF ଟିମ ଷ୍ଟାଣ୍ଡବାଇରେ ଅଛନ୍ତି । ଭଟିଣ୍ଡାରୁ ଏୟାର ଲିଫ୍ଟ ହୋଇ ୫ଟି NDRF ଟିମ ଭୁବେନେଶ୍ବରରେ ପହଁଚିବେ ।”

ସେ ଆହୁରି ମଧ୍ୟ କହିଛନ୍ତି, “ବିପର୍ଯ୍ୟୟ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ବୋଡିଂ ଓ ଲଜିଂ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ୨ଟି, ଜଗତସିଂହପୁରରେ ୩ଟି, କେନ୍ଦ୍ରାପଡାରେ ୩ଟି, ଭଦ୍ରକରେ ୩ଟି, ବାଲେଶ୍ଵରରେ ୩ଟି, ମୟୂରଭଞ୍ଜରେ ୨ଟି, କଟକରେ ଗୋଟିଏ, ଯାଜପୁରରେ ଗୋଟିଏ ଓ କେନ୍ଦୁଝରରେ ଗୋଟିଏ NDRF ଟିମ ନିୟୋଜିତ ହୋଇଛନ୍ତି । ସେହିପରି ଗଞ୍ଜାମରେ 3ଟି, ପୁରୀରେ ୬ଟି, ଜଗତସିଂହପୁରରେ ୬ଟି, କେନ୍ଦ୍ରାପଡାରେ ୬ଟି, ଭଦ୍ରକରେ ୬ଟି, ବାଲେଶ୍ଵରରେ ୬ଟି, ମୟୂରଭଞ୍ଜରେ ୬ଟି, କଟକରେ ୩ଟି, ଖୋର୍ଦ୍ଧାରେ ୬ଟି, ଯାଜପୁରରେ ୩ଟି ମିଶାଇ ୫୧ ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି ।”

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୩ ଟି ଜିଲ୍ଲାରେ ସରକାର ପ୍ରସ୍ତୁତି କରିଛନ୍ତି । ସେଥିରୁ 6ଟି ଜିଲ୍ଲା ବେଶୀ ସମ୍ବେଦନଶୀଳ ରହିଛି । ଯେଉଁଠି ବିଶେଷ ପ୍ରଭାବ ଅନୁଭୂତ ହୋଇପାରେ । ସେଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ । ଅତୀତରେ ଉକ୍ତ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଅନୁଭବକୁ ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବ୍ୟବହାର କରାଯିବ । ସେଥିପାଇଁ ସେମାନଙ୍କୁ ଉକ୍ତ ଜିଲ୍ଲା ପଠାଇବାକୁ ନିଷ୍ପତ୍ତି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।