ଭୁବନେଶ୍ୱର ( ମୋ ଟିଭି ଓଡିଶା )
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । ବାତ୍ୟା ଦାନାର କ୍ଷତଚିହ୍ନ ଲିଭିନଥିବା ବେଳେ ପୁଣି ଓଡ଼ିଶାକୁ ଡରାଇଲାଣି ଆଉ ଏକ ବାତ୍ୟା । ତାହା ପୁଣି ଆଗାମୀ ନଭେମ୍ବରରେ । ଯାହାକୁ ନେଇ ଓଡ଼ିଶାବାସୀଙ୍କ ଚିନ୍ତା ପୁଣି ବଢିଯାଇଛି ।
ନଭେମ୍ବର ମାସ ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା ନେଇ IMD ଏକ୍ସଟେଣ୍ଡେଡ୍ ରେଞ୍ଜ ଫୋରକାଷ୍ଟରେ ଆକଳନ କରାଯାଉଛି । ତେବେ ଏହା ଘନୀଭୂତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ କ’ଣ କହୁଛନ୍ତି, ଆସନ୍ତୁ ନଜର ପକାଇବା ।
ଭାରତୀୟ ପାଣିପାଗ ବିଭାଗର ଏକ୍ସଟେଣ୍ଡେଡ୍ ରେଞ୍ଜ ଫୋରକାଷ୍ଟରେ, ଏହି କଥା କୁହାଯାଇଛି । ଦକ୍ଷିଣ ବଙ୍ଗୋପସାଗରରେ ଏଭଳି ଏକ ସିଷ୍ଟମ ରୂପ ନେଇପାରେ । ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ପରିବର୍ଦ୍ଧିତ ପାଣିପାଗ ଆକଳନରେ କୁହାଯାଇଛି । ବାତ୍ୟା ଦାନା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ଆକଳନ, ଚିନ୍ତା ବଢ଼ାଇଦେଇଛି । ତେବେ ଏହା ପରବର୍ତ୍ତୀ ସମୟରେ ଘନିଭୂତ ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ ।
ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଆଡ଼େ ଏଭଳି ଏକ ସିଷ୍ଟମ ରୂପ ନେଇପାରେ ।
ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।