MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅବ୍ୟବସ୍ଥା ରେ ଚାଲିଛି ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର

ଅବ୍ୟବସ୍ଥା ରେ ଚାଲିଛି ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର: ଜଗୁଆଳି ଗୃହରେ ତାଲା: ସୁରକ୍ଷା ଗୃହରେ ସାମ୍ନାରେ ଗୋମାତା ।


ଦାରିଙ୍ଗବାଡି ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ) :

ଅବ୍ୟବସ୍ଥା ରେ ଚାଲିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l ଏଠି ଡାକ୍ତର ଙ୍କ ଅଭାବ ଥିବା ବେଳେ ପାରିପାର୍ଶିକ ଅଵସ୍ଥା ଦେଖାଶୁଣା କରିବାକୁ କେହି ନାହାଁନ୍ତି। ଦୀର୍ଘଦିନ ହେବ ଏଠାରେ ଥିବା ଜଗୁଆଳି ଗୃହ ରେ ତାଲା ଝୁଲୁ ଥିବା ବେଳେ ସେହି ଗୃହ ସମ୍ମୁଖ ରେ ଗୋ ମାତା ଜଗି ରହିଥିବା ଭଳି ଦୃଶ୍ୟ ସାମ୍ନା କୁ ଆସିଛି ।


ଯେ କୌଣସି ଅଫିସ ହେଉ ଅବା ଦପ୍ତର ରେ ଜଣେ ଜଗୁଆଳି କୁ ନିଯୁକ୍ତି ଦିଆଯାଇ ଥାଏ କାରଣ ମାଲିକ ନଥିବା ବେଳେ ସେ ତାର ଉତ୍ତମ ଯତ୍ନ ନେବ ଓ ବାହାରୁ କୌଣସି ଚୋର କିମ୍ବା ଅସାମାଜିକ ବ୍ୟକ୍ତି ଙ୍କୁ ପ୍ରବେଶ କରିବାକୁ ଦେବ ନାହିଁ l ଯଦି କୌଣସି ସମସ୍ୟା ଉପୁଜେ ତେବେ ସିଏ ମାଲିକ ବା ଅଧିକାରୀ ଙ୍କୁ ତୁରନ୍ତ ଜଣେଇବ । ପରିବେଶ କୁ ସଫା ସୂତର ରଖିବ।


ଏଠି କିନ୍ତୁ କିଛି ଓଲଟା ଚିତ୍ର ଦେଖିବାକୁ ମିଳୁଛି ଜଗୁଆଳି ଙ୍କ ଗୃହରେ ଦୀର୍ଘଦିନ ହେବ ତାଲା ଝୁଲୁଥିବା ବେଳେ ଗୋରୁ ଗାଇ , ବୁଲା କୁକୁର ତଥା କିଛି ଅସାମାଜିକ ବ୍ୟକ୍ତି ବିଶେଷ କରି ମଦ୍ୟପାନ କରୁଥିବା ବ୍ୟକ୍ତି ମାନଙ୍କ ଚଳ ପ୍ରଚଳ ହେଉଥିବା ଅଭିଯୋଗ ହେଉଛି । ଅନ୍ତଃର୍ବିଭାଗରେ ରହୁଥିବା ରୋଗୀ ମାନେ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହେଉଛି।
ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଗୁଆଳି ନିଯୁକ୍ତି କରିବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଓ ରୋଗୀଙ୍କ ସଂପର୍କୀୟ ମାନେ ଦାବୀ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।