ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ) :
ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ରେ ମଧ୍ୟ ଏହାର ଅଧିକା ପ୍ରଭାବ ଦେଖିବାକୁ ମିଳୁଛି।
ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ୧୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଶୀତ ସହ ପାଣି ଜାଡ଼ ଯୋଗୁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଥିବା ଜଣାପଡିଛି। ଶୀତ ଯୋଗୁ ସକାଳୁ ଲୋକମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।
ଚାଷ କାମରେ ବାହାରି ହେଉନି ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକ ନିଆଁପୁଇଁ ହେଉଥିବା ଦେଖିବାକୁ ମିଳିଛି। ଶୀତରୁ ରକ୍ଷା ପାଇବା ପାଇଁ ଚା’ଦୋକାନ ଗୁଡିକରେ ମଧ୍ୟ ଭିଡ଼ ଜମୁଛି। ପର୍ଯ୍ୟଟକ ଦୈନିକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ ଶୀତର ମଜା ନେଉଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।