କଳାହାଣ୍ଡି:୩୦/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ସ୍ଥିତ ଆଡୋନି ପବ୍ଲିକ ସ୍କୁଲ ର ୬ତମ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।
ଆଡୋନି ପବ୍ଲିକ ସ୍କୁଲ ର ପ୍ରିନ୍ସିପାଳ ଏକେ ସିଂଥୁଜା ଙ୍କ ସଭାପତିତ୍ୱ ରେ ବିଜ୍ଞାନ ପ୍ରଦର୍ଶନ ମେଳା ରେ ମୁଖ୍ୟ ଅତିଥି ଭାବେ ଏହି ସ୍କୁଲ ର ଅଧ୍ୟକ୍ଷ ରବିଚନ୍ଦ୍ର ସେଠିଆ,ସମ୍ମାନିତ ଅତିଥି ଭାବେ ଦଶପୁର ସରପଞ୍ଚ ରଞ୍ଜନ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନିର୍ମିତ ପ୍ରକଳ୍ପ ପରିଦର୍ଶନ କରି ଆଗକୁ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ହେବାକୁ ପରାମର୍ଶ ଦେଇଥିଲେ।
ଏହି ବିଜ୍ଞାନ ପ୍ରଦର୍ଶନୀ ମେଳା ରେ ଆଡୋନି ପବ୍ଲିକ ସ୍କୁଲ ର ନର୍ସରୀ ରୁ ଦଶମ ଶ୍ରେଣୀ ର ସମୁଦାୟ ୨୫୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଜ୍ଞାନ ଜ୍ଞାନ କୌଶଳ ଉପରେ ୧୩୨ ଗୋଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରବୀଣ କୁମାର ରନହା,ରୀତା ସୁନାନୀ,ବୈଦେହୀ ମଙ୍ଗରାଜ ଓ ସୁନେଲି ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ