ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରିଆ ) : ୦୩/୦୯ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ଅନ୍ତର୍ଗତ ଜିଙ୍କ ନଗର ସ୍ଥିତ ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଚାଲିଥିବା ତିନିଦିନିଆ ଜାତୀୟ ହକି ସଙ୍ଗମର ଦ୍ଵିତୀୟ ଦିବସରେ ମ୍ୟାଚ୍ ସକାଳ ୭ ଟା ସମୟରେ ଆରମ୍ଭ ହୋଇ ଯାଇଥିଲା l ଦିନ ତମାମ ମ୍ୟାଚ୍ ଗୁଡ଼ିକ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ହକି ଟର୍ବରେ ଚାଲିଥିଲା ଏବଂ ସମସ୍ତ ମ୍ୟାଚ୍ ଗୁଡ଼ିକ ଅତି ଚିତ୍ତାକର୍ଷକ ସହ ସଂଘର୍ଷ ମୟ ହୋଇଥିଲା l

ଆଜିର ମ୍ୟାଚ୍ ରେ ବରଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏସକେ ତ୍ରିପାଠୀ, ଆସିଷ୍ଟାଣ୍ଟ କମିଶନର ମୁନି ରମେୟl, ରାଏଗଡ ନବୋଦୟର ଅଧ୍ୟକ୍ଷl ଅନୁରାଧା ଶର୍ମା ଉପସ୍ଥିତ ରହି ଉପଭୋଗ କରିଥିଲେ । ଚଣ୍ଡୀଗଡ଼, ଲକ୍ଷ୍ନୌ, ପାଟନା, ଭୋପାଳ, ଜୟପୁର, ହାଇଦ୍ରାବାଦ, ପୁନେ ଜୋନର ମୋଟ ୨୨୪ ଜଣ ଖେଳାଳୀ ଯୋଗଦେଇଛନ୍ତି l

ଆସନ୍ତା କାଲି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୪ ଥର ଅଲିମ୍ପିକ ଖେଳାଳି ତଥା ଭାରତ ଗୌରବ ପୁରସ୍କାର ପ୍ରାପ୍ତ ଧନରାଜ ପିଲାଇ ଯୋଗ ଦେବେ ବୋଲି ଜିଙ୍କ ନଗର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଚଟୋପାଧ୍ୟlୟ ସୂଚନା ଦେଇଛନ୍ତି l ଖେଳ ଶିକ୍ଷକ ପ୍ରସନ୍ନ ଷଣ୍ଢ, ଜୟନ୍ତୀ କୁଜୁର, ବିନୋଦ କୁମାର ବରାଇ , ବି କେ ସାହୁ, ଈଶ୍ୱର ଭୋଇ ପ୍ରମୁଖ ସହଯୋଗ କରିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।