MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହାଇଦ୍ରାବାଦ ରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ,ଗାଁ ରେ ଶୋକାକୁଳ ପରିବେଶ।


ମୋ ଟିଭି ଓଡିଶା / କଳାହାଣ୍ଡି : ୦୩/୦୮


କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଥମିବାର ନା ନେଉନାହିଁ।ପ୍ରତି ମାସ ରେ କେଉଁଠି ନା କେଉଁଠି ଦାଦନ ଶ୍ରମିକଙ୍କ ମୃତ ଦେହ ଘରକୁ ଫେରିବାର ଖବର ମିଳୁଛି।ତେବେ ଶନିବାର ଜୟପାଟଣା ଥାନା ଅନ୍ତର୍ଗତ ମହିପାନୀ ଗାଁ କୁମାରପଡା କୁ ଏକ ଦାଦନ ଶ୍ରମିକଙ୍କ ମୃତ ଦେହ ସୁଦୂର ହାଇଦ୍ରାବାଦ ରୁ ଫେରିଛି।ସୂଚନା ଅନୁଯାୟୀ କୁମାରପଡା ର ପହଲ୍ଲାଦ ନାଏକ(୨୦) ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦ କୁ ଦାଦନ ଖଟି ଯାଇଥିଲେ।ସେଠାରେ କୋଣସି ଏକ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିବା ବେଳେ କୋଣସି କାରଣରୁ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଛି।ଖବର ପାଇ ଘର ଲୋକେ ଏକ ଗାଡ଼ିରେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚ ରେ ଘର କୁ ମୃତ ଦେହ କୁ ଆଣି ଶେଷକୃତ୍ୟ ସଂପନ୍ନ କରିଛନ୍ତି।

ଗାଁ କୁ ଶନିବାର ସନ୍ଧ୍ୟାରେ ରେ ଶବ ପହଁଚିବା ପରେ ପଡାସାରା ରେ କାନ୍ଦବୋବାଳି ରେ ଫାଟି ପଡିଥିଲା।ପହଲ୍ଲାଦ ଙ୍କ ପରିବାର କହିଲେ ମା, ବାପା ଓ ସାନ ଭାଇ।ପହଲ୍ଲାଦ ଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି।କିନ୍ତୁ ଧୀରେ ଧୀରେ ଏହାର ଚାହିଦା କମି କମି ଆସୁଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ପହଲ୍ଲାଦ କୁ ସୁଦୂର ହାଇଦ୍ରାବାଦ କୁ ଦାଦନ ଖଟି ଯିବାକୁ ପଡିଲା ବୋଲି ତାଙ୍କ ମା କହିଛନ୍ତି ।ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀ ରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନଥିବା ଜଣାପଡ଼ିଛି।ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶୋକକୁଳ ପରିବାର କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।