MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି।

କଳାହାଣ୍ଡି:୧୮/୦୯


କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମର କୁଶ ବାନେରିଆ(୨୧) ଙ୍କ ମୃତ ଦେହ ଲାଖବାହାଳି ଗ୍ରାମର ଏକ ଚାଷ ଜମି ନିକଟରେ ଥିବା ଗୋଟିଏ ଗଛ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଜୟପାଟଣା ପୋଲିସ ମୃତ ଦେହ ଉଦ୍ଧାର କରିଛି।ସୂଚନା ଅନୁଯାୟୀ ଗତ ରବିବାର ଦିନ ସନ୍ଧ୍ୟା ସମୟରେ ନୂଆଗୁଡା ଗାଁ ର କୁଶ ବାନେରିଆ ଏକ ସାଇକେଲ ଯୋଗେ ଲାଖବାହାଳି କୁ ଜଣେ ଝିଅ ସାଙ୍ଗ କୁ ଭେଟିବା ପାଇଁ ଯାଇଥିଲେ।କିନ୍ତୁ ସକାଳ ହୋଇଥିଲେ ସୁଦ୍ଧା ସେ ଘର କୁ ଫେରିନଥିଲେ।ଘର ଲୋକେ ଖୋଜାଖୋଜି ପରେ ତାଙ୍କୁ ନପାଇ ଜୟପାଟଣା ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ।ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକେସନ ଟ୍ରାକ କରି ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି।ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି।ଘଟଣା ସ୍ଥଳରେ ଥାନା ଅଧିକାରୀ ଶେଷଦେଵ ବେହେରା ଓ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।