MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ


ମୋ ଟିଭି ଓଡିଶା / କଳାହାଣ୍ଡି : ୧୦/୦୭


ବୁଧବାର ସକାଳୁ ପରୁଆଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ପୁର୍ବ ଶତୃତାକୁ କେନ୍ଦ୍ରକରି ଜନୈକ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯେଉଁଥିପାଇଁ ମହିଳାଙ୍କ ଅନ୍ତଃ ବୁଜୁଳ ବାହାରି ଯାଇଥିବା ବେଳେ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି। ରକ୍ତମୁଖା ଯୁବକର ଆକ୍ରମଣ ରେ ଜଣେ ୬ ମାସର ଶିଶୁ ମଧ୍ୟ ଆହତ ହେଇଛି।


ସୂଚନା ଅନୁସାରେ ପରୁଆଗୁଡ଼ା ଗ୍ରାମର ବିଶ୍ଵନାଥ ପଟେଲଙ୍କ ପରିବାର ସହ ଦୈତାରି ପଟେଲଙ୍କ ପରିବାର ମଧ୍ୟରେ ଏକ ଘରଡିହକୁ ନେଇ ପୂର୍ବ ଶତୃତା ରହିଥିଲା। ଏହି ଶତୃତାକୁ କେନ୍ଦ୍ରକରି ବୁଧବାର ସକାଳେ ବିଶ୍ଵନାଥ ପରିବାରର କେହି ନଥିବାବେଳେ ଦୈତାରି ଏକ ଧାରୁଆ ଅସ୍ତ୍ରରେ ବିଶ୍ଵନାଥଙ୍କ ପତ୍ନୀ କୃଷ୍ଣ ପ୍ରୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କୃଷ୍ଣପ୍ରୀୟାଙ୍କ ଅନ୍ତଃ ବୁଜୁଳା ବାହାରି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ତାକୁ କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ରକ୍ତମୁଖା ଯୁବକର ଆକ୍ରମଣ ରେ ଆହତ ଶିଶୁ ସୁସ୍ଥ ରହିଛି। ଘଟଣା ସମ୍ଭଦ୍ଧରେ କଲମପୁର ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ନେଇ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ରିପୋର୍ଟ—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।