MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦନ୍ତାହାତୀ ର ମୃତ୍ୟୁ।


ମୋ ଟିଭି ଓଡିଶା / ଖୋର୍ଦ୍ଧା : ୦୮/୦୭/୨୪

ରାଜ୍ୟ ରେ ହାତୀ ମୃତ୍ୟୁ ଧିରେ ଧରେ ବଢିବାରେ ଲାଗିଛି।ବିଗତ ୫ବର୍ଷ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ୧୧କ ହାତୀ ମୃତ୍ୟୁ ବରଣ କରିଛନ୍ତି। ଆଜି ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଡମଣଭୂଇଁ ଠାରେ ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି। ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇନାହିଁ ହେଲେ ଇଲେକ୍ଟ୍ରି ଅରେଣ୍ଟ ଲାଗି ହାତୀ ଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।ବନବିଭାଗ ଡିଏଫ୍ଓ, ଏସିଏଫ, ରେଜଂର ଓ ଓୟୁଏଟି ର ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦିର୍ଘଦିନ ହେବ ଏକ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ଘୁରି ବୁଲୁଛନ୍ତି। ହାତୀ ପଲ ମଧ୍ୟରୁ ଦୁଇଟି ହାତୀ ଗୋଠରୁ ବାହାରି ଏଣେତେଣେ ବୁଲୁଛନ୍ତି। ହାତୀକୁ ଘଉଡେଇବା ପାଇଁ ବନବିଭାଗ ଉଦ୍ୟମ କରୁଛି ହେଲେ ହାତୀକୁ ଜଂଗଲ ମଧ୍ୟ କୁ ତଡିଥିଲେ ବାରେ ବିଫଳ ହୋଇଛି। ଦନ୍ତାହାତୀ ଟି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ଡ଼ମଣଭୂଇଁ ଗାଁ ନିକଟରେ ମୃତ୍ୟୁ ବରଣ କରିଛି। ଦନ୍ତାହାତୀ ର ବୟସ ୪୦ବର୍ଷ ହେବ ଅନୁମାନ। ଦନ୍ତାହାତୀ ଟି କିଭଳି ମୃତ୍ୟୁ ବରଣ କରିଛି ବନବିଭାଗ ସ୍ପଷ୍ଟ କରିନାହିଁ। ହାତୀ ର ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଡିଏଫ୍ ଓ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।