February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ପରଲୋକ ।

ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ପରଲୋକ । ୮୯ ବର୍ଷ ବୟସରେ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। ଗୁରୁଗ୍ରାମର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଚୌତାଲା । ଚିକିତ୍ସିତ ଅବସ୍ଥାରେ ରାତି ୧୨ ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗରେ ଅନେକ ନେତା ଦୁଃଖ ପ୍ରକାଶ କରିବା ସହ ଶୋକପ୍ରକାଶ କରିଛନ୍ତି ।

ଓମ୍ ପ୍ରକାଶ ୧ ଜାନୁଆରୀ ୧୯୩୫ରେ ହରିୟାଣାର ସିରସା ସ୍ଥିତ ଚୌତାଲା ଗ୍ରାମରେ ଜନ୍ମ ହୋଇଥିଲେ । ସେ ୪ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଓମ୍ ପ୍ରକାଶ ଚୌତାଲା ହେଉଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଲାଲଙ୍କ ପୁଅ । ଚୌତାଲା ହରିୟାଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ । ୧୯୮୯ରେ ଜନତା ଦଳ, ୧୯୯୦ ଜନତା ଦଳ, ୧୯୯୧ରେ ସମାଜବାଦୀ ଜନତା ପାର୍ଟି, ୧୯୯୯ ରେ ଇନେଲୋ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ହରିୟାଣାର ବିକାଶରେ ଓମ୍ ପ୍ରକାଶ ଚୌତାଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗ୍ରାମାଞ୍ଚଳ ଏବଂ କୃଷକମାନଙ୍କର ଜଣେ ବଡ ସମର୍ଥକ ଥିଲେ ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।