MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଡୁଗାଁ ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।

ମୋ ଟିଭି ଓଡିଶା / କଳାହାଣ୍ଡି : ୧୧/୦୮


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (୮୫) ଙ୍କ ଶନିବାର ରାତିରେ ନିଜ ଲଡୁଗାଁ ସ୍ଥିତ ବାସଭବନ ରେ ପରଲୋକ ଗମନ ହୋଇଛି। ସେ ଏକାଧାରରେ ଜଣେ ବରିଷ୍ଠ ସମାଜସେବୀ,କର୍ତବ୍ୟନିଷ୍ଠ ମେଳାପୀ ପରୋପକାରୀ ବ୍ୟକ୍ତି ବିଶେଷ ଭାବେ କୋକସରା ଅଞ୍ଚଳ ରେ ଜଣାଶୁଣା ଥିଲେ। ଲଡୁଗାଁ ର ଅନେକ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ପାଇଁ ସେ ଜମିଦାନ କରିବା ସହ ଲଡୁଗାଁ ଅଞ୍ଚଳ ର ପ୍ରତ୍ୟେକ ସାମାଜିକ, ଶିକ୍ଷାନୁଷ୍ଠାନ ଅନୁଷ୍ଠାନ ସହିତ ଜଡିତ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସେ ଜଣେ ଆଦିବାସୀ ସମ୍ପ୍ରଦାୟର ବରିଷ୍ଠ ସମାଜସେବୀ ଭାବେ ସମାଜ ପାଇଁ ସେ ଉତ୍ସର୍ଗୀକୃତ ମନୋଭାବ ରଖି ସେବା ଯୋଗାଇ ଦେଇ ଆସୁଥିଲେ। ଆଜି ତାଙ୍କ ମର ଶରୀର କୁ କୋକସରା ଓ ଲଡୁଗାଁ ଅଞ୍ଚଳ ର ଶତାଧିକ ଲୋକେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗାଁ ସ୍ମଶାନ ରେ ତାଙ୍କ ଦୁଇ ପୁଅ ମଦନ ମାଝୀ ଓ ଭଗବାନ ମାଝୀ ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାର ରେ ଅନେକ ଜନ ପ୍ରତିନିଧ, ଶିକ୍ଷାବିଦ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ।ତାଙ୍କ ପରଲୋକ ରେ କୋକସରା ବ୍ଲକ ଅଞ୍ଚଳ ରେ ବିଭିନ୍ନ ମହଲ ରୁ ଶୋକ ସନ୍ଦେଶ ପ୍ରକାଶ ପାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।