ମୋ ଟିଭି ଓଡିଶା / ଆଗରପଡ଼ା,ତା୨୬/୯:
ଭାରତୀୟ ଜନସଂଘର ପୂର୍ବତନ ସଭାପତି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ବନ୍ତସ୍ଥିତ ବିଜେପି କାର୍ଯ୍ୟାଳୟରେ ବୁଧବାର ପାଳିତ ହୋଇଯାଇଛି ।
ପ୍ରଥମେ ନିର୍ବାଚନ ମଣ୍ଡଳୀ ନେତା ଡ଼ ସୁଧାଂଶୁ ଶେଖର ନାୟକଙ୍କ ସହ କର୍ମକର୍ତ୍ତା ମାନେ ସ୍ୱର୍ଗତ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଭାରତୀୟ ଜନତା ପାର୍ଟିର ଗଠନ ଦିଗରେ ସ୍ୱର୍ଗତ ଉପାଧ୍ୟାୟଙ୍କ ଭୂମିକା ଅତୁଳନୀୟ, ସେ ରାଜନୀତିରେ ଋଷି ପରମ୍ପରାର ବାହକ ଥିଲେ । ସେ ରାଜନୀତିରେ ସଂସ୍କୃତିର ଅଗ୍ରଦୂତ ଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ଜିଲ୍ଲା ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ନିର୍ବାଚନ ମଣ୍ଡଳୀ ସଦସ୍ୟତା ଅଭିଯାନର ପର୍ଯ୍ୟବେକ୍ଷକ ଅଶୋକ ସାହୁ, ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଯୁବମୋର୍ଚ୍ଚା ବ୍ଲକ୍ ସଭାପତି ବସନ୍ତ କୁମାର ବିଶ୍ୱାଳ,ପୂର୍ବତନ ସରପଞ୍ଚଚ କୃପାସିନ୍ଧୁ ସେଠୀ,ଟିଲୋ ପଞ୍ଚଚାୟତ ସଭାପତି ସୁବାଷ ସ୍ୱାଇଁ, ଲକ୍ଷ୍ମୀଧର କର,ସୁଧୁରି ନାୟକ,ହେମନ୍ତ ମଲ୍ଲିକ, ଅନନ୍ତ ନାୟକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।