ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଦୀପାଳି। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି। ଦୀପାଳି କହିଛନ୍ତି, ”ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଏବେ ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି। ତେବେ ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ?” ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ”ଆମ ପରିବାରକୁ ଆକ୍ଷେପ କରାଯାଉଛି, ସେମାନେ ଆମ ସହ ଠିଆ ହେବେକି। ମୋ ଭାଇକୁ ବିନା ୱାରେଣ୍ଟିରେ ଛତିଶଗଡ଼ରେ ଅଟକ ରଖିଲେ। ଏପଟେ ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖା ମାଗୁଛନ୍ତି। ତେଣୁ ମୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଆମକୁ ଡାକି ଆଲୋଚନା କରି ଆଗକୁ ବଢ଼ନ୍ତୁ। ”
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।