ମୋ ଟିଭି ଓଡିଶା / ଭୁବନେଶ୍ୱର :
ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍ ସୂଚନା ଦେଇଛନ୍ତି। ଶନିବାର ଆଇପିଏସ ଜମି କେଳେଙ୍କାରୀ ମାମଲାରେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ। ସେହି ସମୟରେ ଭୁଲ ଭାବେ ସିଆରପିଏଫଙ୍କୁ ନିୟୋଜିତ କରିବା ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ସେହି ରାଗ ସେ ସୁଝାଉଥିବା ଅଭିଯୋଗ କରିଛନ୍ତି ମାରିକ। ସେପଟେ ଶ୍ରୀ ମାରିକଙ୍କ କହିବା ଅନୁସାରେ ତାଙ୍କ ପୁଅ ସେଠି ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି। ସେ କୌଣସି ସରକାରୀ ଜମି କିଣି ନାହାନ୍ତି। ଅପରପକ୍ଷରେ ସେଠି ଜମି କିଣିବା ପାଇଁ ସେ କାହାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି। ନାଗେଶ୍ଵର ରାଓ ସେଠି ୯ ଲକ୍ଷ ଟଙ୍କାରେ ଜମି କିଣି ୩ ବର୍ଷ ପରେ କୋଟିଏ ଟଙ୍କାରେ ଜମି ବିକ୍ରି କରି ଟଙ୍କା ନେବା ପାଇଁ ଚାହୁଁଥିଲେ। ଯେଉଁଥିପାଇଁ ଜମି ମାଲିକଙ୍କ ସହ ତାଙ୍କର ଏକ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ନାଗେଶ୍ଵର ଜମି ଠକେଇ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିବା ନେଇ କୌଣସି ଖବର ସେ ଜାଣିନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ଶ୍ରୀ ମାରିକ କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।