ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି କେସ୍। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ। ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ଅରବିନ୍ଦ କେଜ୍ରିୱାଲ। ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ବିଜେପି 10 ବର୍ଷ ମଧ୍ୟରେ କିଛି କରିନାହାଁନ୍ତି । ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ସେ କ’ଣ କରିବେ ତାହା କହିପାରିବେ ନାହିଁ? କେବଳ କେଜ୍ରିୱାଲଙ୍କର ନିନ୍ଦା କରିବା ଜାରି ରଖିଛନ୍ତି । ସେମାନେ ଦୁର୍ବ୍ୟବହାର କରୁଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କି ଏଜେଣ୍ଡା ନାହିଁ । ଆମେ ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ୍, ଜଳ, ବସ୍ ଯାତ୍ରା, ତୀର୍ଥଯାତ୍ରା ବିଷୟରେ ଆଲୋଚନା କରୁଛୁ । ତେଣୁ ଆମକୁ ଭୋଟ୍ ଦେବା ଉଚିଚ୍ । ସେ ଆହୁରୀ କହିଛନ୍ତି, “ଆମେ ଦୁଇଟି ଯୋଜନା ଘୋଷଣା କରିଛୁ। ଯଦି ନିର୍ବାଚନରେ ଯଦି ଆମ ଦଳର ବିଜୟ ହେଉଛି ତେବେ ଆମେ ଏହି ଯୋଜନା ଆରମ୍ଭ କରିବୁ । ନିର୍ବାଚନ ଜିତିଲେ ମହିଳା ସମ୍ମାନ ଯୋଜନା ଏବଂ ସଞ୍ଜୀବନୀ ଯୋଜନା କାର୍ଯ୍ୟକାରୀ କରିବ ଆପ୍ ।
ମୋ ଟିଭି ଓଡିଶା, ନୂଆଦିଲ୍ଲୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।