ମୋ ଟିଭି ଓଡିଶା / ଭୁବନେଶ୍ୱର :
ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଓ ନାରାବାଜି । ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ନାରାବାଜି କରିଛନ୍ତି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଥାନାରେ ଏତଲା ଦେବା ପରେ କାହିଁକି ତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏତଲା ପରେ ବି ପୁଲିସ ଚୁପ୍ କାହିଁକି ପ୍ରଶ୍ନ କରିବା ସହ ଗିରଫ କରିବାକୁ ଦାବି କରିଛି ।
ସୂଚନା ଅନୁସାରେ ରାଜଭବନରେ ହାଉସହୋଲଡ ସେକ୍ସନରେ କାର୍ଯ୍ୟରତ କର୍ମଚାରୀ ବୈକୁଣ୍ଠ ନାଥ ପ୍ରଧାନଙ୍କ ଉପରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କ ୫ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଲଳିତ କୁମାରଙ୍କୁ ତୁରନ୍ତ ଗିରଫ ଦାବି କରି କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।