January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶିକ୍ଷକ ନିଯୁକ୍ତି ପାଇଁ ଦାବି

ଶିକ୍ଷକ ନିଯୁକ୍ତି ପାଇଁ ଦାବି, ଜଣେ ଅବସର, ଜଣେ ବଦଳି ଶିକ୍ଷକ l ଦୁଇ ଶିକ୍ଷକ ପଦବିଖାଲି । ପାଠ ପଢ଼ାରେ ବ୍ୟାଘାତ । ଅଭିଯୋଗ ଆଣିଲେ ଅଭିଭାବକ l


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚୟତ ରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାହାକି ୧୮୮୫ ମସିହାରେ ନିର୍ମାଣ ହୋଇଥିଲା l ବହୁ ପୁରାତନ ବିଦ୍ୟାଳୟ ଯେଉଁଠି ପ୍ରଥମ ଶ୍ରେଣୀ ଠାରୁ ରହିଛି ପଞ୍ଚମ ଶ୍ରେଣୀ ପ୍ରଯ୍ୟନ୍ତ l ଏହି ବିଦ୍ୟାଳରେ ସମୁଦାୟ ୧୭୭ ଜଣ ଛାତ୍ର ଛାତ୍ରୀ ଯଥା ପ୍ରଥମ ଶେଣୀରେ ୩୯ ଦ୍ୱିତୀୟଶେଣୀରେ ୪୧ ତୃତୀୟ ଶେଣୀରେ ୩୨ ଚତୁର୍ଥ ଶେଣୀରେ ୩୧ ପଞ୍ଚମ ଶେଣୀରେ ୩୪ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ବର୍ତମାନ ରହିଛନ୍ତି ୪ଜଣ ଶିକ୍ଷକ l

ପାଞ୍ଚ ଗୋଟି କ୍ଲାସରୁମ ରହିଥିବା ବେଳେ ୪ଜଣ ଶିକ୍ଷକ କିଭଳି ପାଠା ପଢ଼ା ହେଉଥିବ ତାହା ପିଲା ସଂଖ୍ୟା ଶିକ୍ଷକଙ୍କ ସଂଖ୍ୟା ଜଣାପଡୁଛି l ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଯକ୍ଷ ପ୍ରଧାନ କହିଛନ୍ତି । ସେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥାବା କହିଛନ୍ତି ଆଉ ସିୟୁକାର କରିଛନ୍ତି ପିଲାଙ୍କ ପାଠ ପଢ଼ା ବ୍ୟଘାତ ହେଉଛି ବୋଲି l ଏନେଇ ଆମେ ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ସାଙ୍ଗରେ ଯୋଗା ଯୋଗ କରିଥିଲୁ ତାଙ୍କର କହିବା କଥା ଏବିଷୟରେ ସେ ଅବଗତ ଅଛନ୍ତି l ଏକ ସପ୍ତାହ ମଧ୍ୟରେ ଦୁଇଜଣ ଶିକ୍ଷକଙ୍କୁ ନିଜୁକ୍ତି ଦିଆଯିବ । ତେବେ ଅପେକ୍ଷାରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।