January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଗୃହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି । ଚଳିତ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛନ୍ତି ସଂସଦୀୟ ବ୍ୟାପାରମନ୍ତ୍ରୀ ମୁକେଶ ମହାଲିଙ୍ଗ । ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ନବୀନଙ୍କ ଆଚରଣ ପାଇଁ ତାଙ୍କୁ ଗିରଫ କରାଯିବ ଉଚିତ ବୋଲି ଗତକାଲି କହିଥିଲେ ମନ୍ତ୍ରୀ ମହାଲିଙ୍ଗ । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ କରିଛି ବିଜେଡି । ଦଳୀୟ ନେତା ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଟ୍ବିଟ୍ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ଏପଟେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହାକୁ ହସ୍ୟାସ୍ପଦ କହିବା ସହିତ ପ୍ରୋସିଡିଙ୍ଗରେ ସଂସଦ କିମ୍ବା ବିଧାନସଭାରେ ଗିରଫ କେବେ ଦେଖିନଥିବା କହିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରୁଥିଲେ ନବୀନ ପଟ୍ଟନାୟକ । ଯାହା ସଂସଦୀୟ ନିୟମକୁ ଉଲଙ୍ଘନ କରୁଛି । ତେଣୁ ତାଙ୍କୁ ଗିରଫ କରିବାକୁ ମୁଁ ଦାବି କରୁଛି ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟ ଭାଗରେ ନାରାବାଜି । ପରେ ବାଚସ୍ପତିଙ୍କ ମାଇକ ଫୋଫାଡ଼ିଲେ ଧ୍ରୁବ ସାହୁ । ଅପରାହ୍ନରେ ବି ଗୃହରେ ସମାନ ସ୍ଥିତି । ଗୃହ ମଧ୍ୟ ଭାଗକୁ ଆସି ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି । ହଟ୍ଟଗୋଳ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରୁଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅନ୍ୟପଟେ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ, ମନ୍ତ୍ରୀ ମହାଲିଙ୍ଗଙ୍କ କହିବା ଅନୁସାରେ ନବୀନ ପଟ୍ଟନାୟକ ନିଶ୍ଚୟ ଗିରଫ ହେବା ଦରକାର। କାରଣ ସେ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିଲେ । ରାଜ୍ୟପାଳଙ୍କ ଅଫିସ ଏବଂ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଲୋକଙ୍କୁ ମାରିଲେ । ନବୀନ ଆଇନକୁ ସୁରକ୍ଷା ଦେବାକୁ ଲଢ଼ିଲେ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।