February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ରାହ୍ମଣୀ ଗାଁ ବ୍ଲକ ଦାବୀ କରି ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ମୋଟିଭି ଓଡ଼ିଶା,ଫୁଲବାଣୀ ୨୬/୭(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ କୁ ନୂତନ ବ୍ଲକ ଗଠନ ଦାବୀ କରି ଗୁରୁବାର ଜି ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l ଦୀର୍ଘ ତିରିଶ ବର୍ଷ ଧରି ବ୍ଲକ ଗଠନ ଦାବୀ ହୋଇଆସୁଥିଲେ ବି ସରକାର ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି l ବ୍ଲକ ଗଠନ ଦାବୀ କରି ପୂର୍ବରୁ ରାଲି, ବିକ୍ଷୋଭ, ଧାରଣା, ବନ୍ଦ ଡାକରା, ଆଦି କରାଯିବl ସହ ଭୋଟ ବର୍ଜନ ବି ଅଂଚଳବାସୀ କରିଛନ୍ତି, ତଥାପି ଫଳ ଶୂନ l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଏକ ଦୁର୍ଗମ ଓ ମାଓ ଇଲାକା ଭାବେ ପରିଚିତ ସାଙ୍ଗକୁ ଗଜପତି ଜିଲ୍ଲା ସୀମାନ୍ତ ରେ ଅବସ୍ଥିତ lଦାରିଙ୍ଗବାଡ଼ି ବ୍ଲକ ସଦର ମହକୁମା ଠାରୁ ବ୍ରାହ୍ମଣୀଗାଁ ପଚାଶ ରୁ ଷାଠିଏ କିମି ଦୂର ରେ ରହିଛି ବ୍ରାହ୍ମଣୀ ଗାଁ ନିକଟବର୍ତ୍ତୀ ଆଠଟି ପଂଚାୟତସର lମୁଳି, ଗଦାପୁର, ତାଯୁଙ୍ଗିଆ, ଝିଞ୍ଜିରୀଗୁଡା, କୁମ୍ଭlରିଗାଁ, କlଟିଙ୍ଗିଆ, ଆଦି ପଂଚାୟତ ରହିଛି l

କୌଣସି କାର୍ଯ୍ୟପାଇଁ ଦାରିଙ୍ଗବାଡି ବ୍ଲକ କିମ୍ବା ତହସିଲ କାର୍ଯ୍ୟାଳୟ କୁ ଯିବାକୁ ହେଲେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଛି l ଦିନ ଦିନ ସମୟ ନଷ୍ଟ ହେଉଛି l ତା ସlଙ୍ଗକୁ ଶାରୀରିକ, ମାନସିକ, ଆର୍ଥିକ ବୋଝ ପଡୁଛି l ଏହାବ୍ୟତୀତ ଏସବୁ ପଂଚାୟତ ଅନ୍ତର୍ଗତ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକ ଜଙ୍ଗଲ ନିକଟ ବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ଥିବାରୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଂଚିପାରୁନଥିବାରୁ ମୌଳିକ ଯୋଜନା ରୁ ବଞ୍ଚିତ ହେଉଛନ୍ତି ଲୋକେ l ଗତ    ୨୦୦୭ ଓ ୨୦୦୮ ରେ ଲଗାତାର ଦୁଇ ଦୁଇ ଥର ଦଙ୍ଗା ପରେ ସେଠାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ଖୋଲାଯାଇଥିଲା l ଆଉ କିଛି ମାସ ପରେ ତାଙ୍କର ବଦଳି ପରେ ଆଉ ନିଯୁକ୍ତି ହୋଇନି ଏଯାଏଁ l ଏପରି ସ୍ଥଳେ ଅଞ୍ଚଳର ଲୋକପ୍ରତିନିଧି ମାନେ ପୂର୍ବଭଳି ଆନ୍ତତଃ ଅତିରିକ୍ତ ତହସିଲଦାର ପଦବୀ ରେ ନିଯୁକ୍ତି ଦେବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ କରିଛନ୍ତି l
ବିଧାୟକ ଙ୍କ ଦାବୀ ଯଥାର୍ଥ ଓ ସରକାର ବ୍ଲକ ଗଠନ ଦିଗରେ ତୁରନ୍ତ ପଦକ୍ଷେପ ନେବାଲାଗି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।