ମୋ ଟିଭି ଓଡିଶା / କଳାହାଣ୍ଡି : ୨୧/୦୯
ଏଡିଶ ମଶା ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିଥାଏ, ଏହି ମଶା ଦାଉରୁ ରୁ କେମିତି ସୁରକ୍ଷିତ ରହିବା ଓ ମଶା ବଂଶ ବୃଦ୍ଧି ହେଉଥିବା ସ୍ଥାନ କୁ ସଫା ସୁତୁରା କରିବା ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଡେଙ୍ଗୁ ରୋଗ ସଚେତନତା ଅଭିଯାନ ରଥ କୁ ଭାରପ୍ରାପ୍ତ ଡ଼. ତତ୍ଵଦର୍ଶୀ ଦାସ ସମେତ ସି ଏଚ ସି ର କର୍ମଚାରୀ ମାନେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ବ୍ଲକ ର ୨୨ ପଞ୍ଚାୟତ ରେ ଡେଙ୍ଗୁ ରୋଗ ନିରାକରଣ ଓ ସଚେତନତା ନେଇ ଲୋକଙ୍କୁ ବାର୍ତ୍ତା ଦେବ।
ଉଦଘାଟନ କାର୍ଯ୍ୟକ୍ରମ ରେ ସି ଏଚ ସି ର ପିଏଚ ଇଓ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ସ୍ୱାସ୍ଥ୍ୟ କର୍ମି ନୀଳମଣି ଖମାରି, ସିଏଚଓ,ମହିଳା ସ୍ୱାସ୍ଥ୍ୟ କର୍ମି, ଆଶା କର୍ମି ମାନେ ଉପସ୍ଥିତ ରହି ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।