ମୋ ଟିଭି ଓଡିଶା / କଳାହାଣ୍ଡି:୨୭/୦୬(ସନତ ପ୍ରଧାନୀ)
ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ ବୁଧବାର ଭିଟାମାଟି କୁ ଫେରିଥିବା ବେଳେ ଶବ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କାଦୋଗୁଡା ଗ୍ରାମର ଯୁଧିଷ୍ଠିର ଶବର ଙ୍କ ତିନି ପୁଅ ଙ୍କ ମଧ୍ୟରୁ ଭେଣ୍ଡିଆ ପୁଅ ବିଦ୍ୟା ଶବର (୧୮) ଗତ ୧୫ ଦିନ ତଳେ ପରିଵାର ର ବୋଝ କମାଇବାକୁ ଦାଦନ ଖଟିବାକୁ ହାଇଦ୍ରାବାଦ ର ଏକ ଠିକାସଂସ୍ଥାରେ ମିସ୍ତ୍ରୀ ଭାବେ ନିୟୋଜିତ ରହିଥିଲେ। ତେବେ ଗତ ରବିବାର ଦିନ ଦିନ ଛୁଟି ଥିବାରୁ କିଛି କିଛି ସଉଦା ପତ୍ର କରିବା ପାଇଁ ନିକଟସ୍ଥ ବଜାରକୁ ଯାଉଥିବା ସମୟରେ କୌଣସି ଏକ ଗାଡି ଧକ୍କା ଦେବାରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏନେଇ ସାଥିରେ ଥିବା ଶ୍ରମିକ ମାନେ ଫୋନ ଯୋଗେ ମୃତ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଠିକାସଂସ୍ଥା ର ସହାୟତାରେ ଏକ ଆମ୍ବୁଲାନ୍ସରେ ଶବ ନେଇ ବୁଧବାର ଗାଁ କୁ ପହଞ୍ଚିଥିଲେ। ଭେଣ୍ଡିଆ ପୁଅର ଅକାଳ ମୃତ୍ୟୁ ରେ ପରିବାର ଭାଙ୍ଗି ପଡିଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା