ଭୁବନେଶ୍ଵର/ବରଗଡ଼: ୨୩/୦୧/୨୦୨୫
ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଅତିରିକ୍ତ ଆୟକଟ ଅଞ୍ଚଳ(ସେଚାଞ୍ଚଳ)କୁ ଜଳସେଚନ ସୁବିଧା ଯୋଗାଉଥିବା ପମ୍ପ ହାଉସ୍ ପରିଦର୍ଶନ କରିଥିଲେ ।

ଏହି ଅବସରରେ ସେ କେତେକ ପାଣି ପଞ୍ଚାୟତର କର୍ମକର୍ତ୍ତା ସମେତ ଏହାର ମହିଳା କର୍ମକର୍ତ୍ତାମାନଙ୍କ ସହ ପାଣି ପଞ୍ଚାୟତର ପରିଚାଳନା ସଂପର୍କରେ ଆଲୋଚନା କରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ଏହି ପ୍ରକଳ୍ପ ଅଧିନରେ ଡୁମେରପାଣି ଓ ସରଣ୍ଡାପାଲି ଠାରେ ଯଥାକ୍ରମେ ୨୦ ହେକ୍ଟର ଏବଂ ୨ ହେକ୍ଚର ଚକ ଜମିକୁ ସୁବିଧାରେ ପାଣି ମାଡ଼ିବା ନେଇ ଫ୍ଲସିଂ ଆଉଟ୍ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପରେ ଆଗାମୀ ଖରିଫ ଋତୁରେ ଅତିରିକ୍ତ ଆୟକଟର ସମୁଦାୟ ୫୭୫୦ ହେକ୍ଟର ଜମିକୁ ଜଳସେଚନ କରାଯିବ । ଏହି ଜଳ ପରିଚାଳନା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିୟନ୍ତ୍ରିତ ( ସ୍କାଡା) ସକ୍ଷମ ବ୍ୟବସ୍ଥା । ଚଳିତ ରବି ଋତୁରେ ଏହି ଆୟକଟରେ ୨୦୦୦ ହେକ୍ଟର ଜମିକୁ ପରୀକ୍ଷାମୂଳକ ଜଳସେଚନ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।
More Stories
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।