ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୨/୦୯:
ସୁନ୍ଦରଗଡ଼ ଜିଲ୍ଲା ରେ ଉଦଘାଟିତ ହୋଇଯାଇଛି “ବିକାଶ ମେଳା” । କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା, ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତିନି ଦିନିଆ ବିକାଶ ମେଳା ର ଶୁଭ ଉଦଘାଟନ କରିଛନ୍ତି।
ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ଏହି ବିକାଶ ମେଳା ରେ ବିଭିନ୍ନ ବିଭାଗ ଦ୍ଵାରା ୩୦ ଗୋଟି ଷ୍ଟଲ ସ୍ଥାନିତ ହୋଇଅଛି। ଯେଉଁଥିରେ କି ସେହି ବିଭାଗ ର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ସୂଚନା ଶିକ୍ଷା ସଂଚାର (IEC) ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ଏବଂ ଅନ୍ୟାନ୍ୟ ଷ୍ଟଲ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କ ଦ୍ଵାରା ବିଭିନ୍ନ ସାମଗ୍ରୀ ଆଦିର ପ୍ରଦର୍ଶନୀ ହେବା ସହିତ ବିକ୍ରି ମଧ୍ୟ କରାଯାଉଅଛି। ଏହି ଅବସର ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ ଏବଂ ବିଭାଗୀୟ ମୁଖ୍ୟ ମାନେ ନିଜ ନିଜ ଷ୍ଟଲ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରେଇଥିଲେ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସରକାର ଙ୍କ ବିଗତ ୧୦୦ ଦିନ ର ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେହିଭଳି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସହାୟତା ଗୁଡ଼ିକ ଉପରେ ମଧ୍ୟ ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ। ସେହିଭଳି ଭାରତ ସ୍ଵାଧୀନତା ସଂଗ୍ରାମ ରେ ସୁନ୍ଦରଗଡ଼ ଜିଲ୍ଲା ର ଅବଦାନ ଉପରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ।
ଏହି ଅବସର ରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ସ୍ବଚ୍ଛତା ହିଁ ସେବା ର ଶପଥ ପାଠ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସରକାର ଙ୍କ ବିଗତ ୧୦୦ ଦିନ ର ସଫଳତା ବିଷୟ ରେ ଏକ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଯୋଜନା ର ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସୁଭଦ୍ରା ଯୋଜନା ରେ ଭିତ୍ରିଆ ପଡ଼ା ର ତବସୁମ୍ ବାନୋ, ଲହୁଣୀପଡ଼ା ର କନକ ଦେହୁରୀ, ଉଜ୍ବଳପୁର ର ଜାନକୀ ରଣା ରେ ସହାୟତା ପ୍ରଦାନ କରାଯାଇଥିବା ବେଳେ ସବଡେଗା ର ଭାଗବତି ଖଣ୍ଡା, ପ୍ରଭାସିନୀ ଖଣ୍ଡା ଓ ଡଲି ଶେଠ୍ ଏବଂ ସଦର ବ୍ଲକ୍ ର ଜୟନ୍ତୀ କିଶାନ ଙ୍କୁ ଏ ଟି ଏମ କମ୍ ଡେବିଟ କାର୍ଡ ପ୍ରଦାନ କରାଯାଇଛି।
ସେହିଭଳି ଓରମାସ ଦ୍ଵାରା ସେଣ୍ଟ୍ରାଲ ସେକ୍ଟର ଯୋଜନା ଅନ୍ତର୍ଗତ ବନେଇ ବ୍ଲକ ର ଆଦିମାତା ମହିଳା ଚାଷୀ ପ୍ରଡ୍ୟୁସର କମ୍ପାନୀ ଏବଂ କୁଆଁରମୁଣ୍ଡା ବ୍ଲକ ର ଉତ୍କଳ ଜନନୀ ମହିଳା ଚାଷୀ ପ୍ରଡ୍ୟୁସର କମ୍ପାନୀ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ଆତ୍ମନିଯୁକ୍ତି ପାଇଁ ୧୭୮ ଚାଷୀ ଓ ୩୫ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ସୁନ୍ଦରଗଡ଼ ଦ୍ଵାରା ବସୁନ୍ଧରା ଯୋଜନା ଅନ୍ତର୍ଗତ ୬ ଜଣ ହିତାଧିକାରୀ ମାନଙ୍କୁ ୪ ଡିସିମିଲ ଘର ଡିହ ଜମି ପଟ୍ଟା ପ୍ରଦାନ କରାଯାଇଥିଲା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାର ବର୍ଗ ଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରଫ ରୁ ରାଜଗାଙ୍ଗପୁର ର ସୁକାନ୍ତ ସାହୁ ଙ୍କୁ ମଧୁ ବାବୁ ଭିନ୍ନକ୍ଷମ ଭତ୍ତା ଏବଂ ତିଲେଇମୁଣ୍ଡା ର ସୋନାଲି ବାର୍ଲା ଙ୍କୁ ମଧୁବାବୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା।
ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ସୁନ୍ଦରଗଡ଼ ଦ୍ଵାରା ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ଅନ୍ତର୍ଗତ ପଟ୍ଟା ବଣ୍ଟନ କରାଯାଇଥିଲା।ଏଥିରେ ଗମ୍ଭାରଡିହି ର ପ୍ରତିମା କିସାନ ଏବଂ ବିମଳା ମୁଣ୍ଡା ଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ସେହିଭଳି ପି.ଏମ. ଜନମାନ ଯୋଜନା ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକ ର ରମେଶ ନାୟକ ଏବଂ ଉଲ୍ଲାସୀ ନାୟକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ସଦର ବ୍ଲକ୍ ର ହିତାଧିକାରୀ ମିତା ନେଟି, ଯୋଷଦା ନାୟକ, ଗୌରୀ କିଶାନ, ପୁଷ୍ପଲତା କିଶନ ଙ୍କୁ ଗୃହ ପ୍ରବେଶ ନିମନ୍ତେ ଚାବି ଦିଆଯାଇଥିଲା।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଏବଂ ସନ୍ଧ୍ୟା ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ପାଲା ଦଳ ଦ୍ଵାରା ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ପାଲା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ଆଜିର ଏହି ଉଦଘାଟନ ଉତ୍ସବ ରେ ମାନ୍ୟବର ବିଧାୟକ, ରଘୁନାଥ ପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ରାଉରକେଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକ ଏବଂ ମାନ୍ୟଗଣ୍ୟ ଅତିଥି ଗଣ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ସମସ୍ତ ବ୍ଲକ୍ ରୁ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।