ମୋ ଟିଭି ଓଡିଶା / ଭୁବନେଶ୍ୱର : କୃମିମୁକ୍ତ ହେବ ଓଡିଶା ! ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହିକ୍ରମରେ ରାଜ୍ୟରେ ଏକ କୋଟି ଶିଶୁ ଓ ମହିଳାଙ୍କୁ ଔଷଧ ବଣ୍ଟନ କରାଯିବ । ଅଗଷ୍ଟ ୧୦ ରୁ ୧୭ ତାରିଖ ମଧ୍ୟରେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି ସେଣ୍ଟରରେ ଏହି ଔଷଧ ଦିଆଯିବ । ପ୍ରଜନନକ୍ଷମ ବୟସର ମହିଳା ଏବଂ ଶିଶୁମାନଙ୍କୁ କୃମିମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଏକ କୋଟିରୁ ଅଧିକ ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ଡକ୍ଟର ସଂଯୁକ୍ତା ସାହୁ କହିଛନ୍ତି, ” ୬ ରୁ ୧୯ ବର୍ଷ ବୟସର ପିଲା ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ ଏହି କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍ ବଟିକା) ଦିଆଯିବ । ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶାକର୍ମୀଙ୍କ ଏହା ବଣ୍ଟନ କରିବେ । ଏଥିସହିତ ୧ ରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ଆଲବେଣ୍ଡାଜୋଲ୍ ସିରପ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯିବ । କୃମିମୁକ୍ତ ଅଭିଯାନ ସହିତ ଭିଟାମିନ୍ ଏ ସପ୍ଲିମେଣ୍ଟସନ୍ ପ୍ରୋଗ୍ରାମ୍ ମଧ୍ଯ କାର୍ଯ୍ୟକାରୀ ହେବ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।