February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା। ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୬ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି l

ଜାନୁଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ସ୍ୱତନ୍ତ୍ର ଦର୍ଶନ ପାଇଁ ଖୋଲାଯିବ। ଏଥିପାଇଁ ହଜାର ହଜାର ଭକ୍ତ ମନ୍ଦିର ବାହାରେ ବିଭିନ୍ନ ଟିକେଟ୍ କାଉଣ୍ଟରରେ ଭିଡ଼ ଜମାଇଥିଲେ। ଆଜି ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ସେଠାରେ ପ୍ରାୟ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଯେତେବେଳେ ଭକ୍ତମାନଙ୍କୁ ବୈରାଗି ପାଟ୍ଟିଡା ପାର୍କରେ ଟୋକନ ପାଇଁ ଧାଡି ବାନ୍ଧିବାକୁ ଅନୁମତି ଦିଆଯାଇଥିଲା, ସେତେବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକା ସମୟରେ ସେହି ସ୍ଥାନକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା।ତିରୁପତି ପୁଲିସ ସେଠାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।