MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା। ଏହି କ୍ରମରେ ଆରଏମସି ର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଧାନ କିଣାର ଶୁଭାରମ୍ଭ କରିଥିଲେ।

ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ଇନପୁଟ ସହାୟତା ରାଶି ପ୍ରଦାନ ପୂର୍ବକ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀମାନେ ଭଲ ଧାନ ଓ ଭିଜା ଧାନକୁ ଅଲଗା ଆଣି ଦେବାକୁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଡିଆରସିସି ତୃପ୍ତି କଲ୍ୟାଣ ସେଠୀ, ସହକାରୀ ଯୋଗାଣ ଅଧିକାରୀ ପି.ଭାର୍ଗବୀ, ଏଆରସିଏସ ସୁକାନ୍ତ କୁମାର ପାଢ଼ୀ, ଗଙ୍ଗା କହଁର, ଅମିତ ସାହୁ, ନରେଶ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ପଟ୍ଟନାୟକ, ଡିଏଲପିସି ସଦସ୍ୟ ଅଭିରାମ ରଣା, ଦେବେନ୍ଦ୍ର କୁଦେଇ, ଆରଏମସି ଓ ଲ୍ୟାମ୍ପ ର ସମସ୍ତ କର୍ମଚାରୀ, ତହସିଲ କାର୍ଯ୍ୟାଳୟ ର ନୋଡାଲ ଅଧିକାରୀ, ପଞ୍ଚାୟତର ସମସ୍ତ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପର୍ଯ୍ୟାୟ କ୍ରମେ ସମସ୍ତ ଅଞ୍ଚଳରେ ଧାନ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।