ମୋଟିଭି ଓଡ଼ିଶା, ଫୁଲବାଣୀ:୨୮/୭ (ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ): ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ଲାଗିରହିଥିବା ବେଳେ ରାଜ୍ୟରେ ଧନ ଜୀବନ ନଷ୍ଟ ହେଇଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରତେକ ବ୍ଲକରେ ମଧ୍ୟ ବର୍ଷା ଅନବରତ ଲାଗି ରହିଥିବାରୁ ବ୍ଲକର ଅନେକ ଯାଗାରେ କ୍ଷୟକ୍ଷତି ମଧ୍ୟ ହେଇଛି। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ଗ୍ରାମପଞ୍ଚାୟତର ସାଶିପଦର ଗ୍ରାମରେ ପାଣ କୁଳ ସମାଜ ଗ୍ରାମ୍ୟ କମିଟି ଦ୍ଵାରା ମୈ।ଖିକ ଭାବରେ ଗ୍ରାମରେ ଥିବା ପ୍ରତ୍ୟେକ ପରିବାର ପିଛା ପାଞ୍ଚଶହ ଟଙ୍କା ଆଦାୟ କରି ଗ୍ରାମରେ ଏକ ଆଡ଼ବେଷ୍ଟ୍ ଛପରେ ପାଣ କୁଳ ସମାଜ ଗୃହ ନିର୍ମାଣ କରି ସମାଜର ମାସିକ ବୈଠକ ଏବଂ ବିଭିନ୍ନ ସମାଜର କାର୍ଯ୍ୟ କରି ଆସୁଥିବା ବେଳେ । ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ସମାଜ ଗୃହ ଟି ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହେଇଯାଇଛି।
ସମାଜ ଗୃହ ସମ୍ପୁର୍ଣ୍ଣ ଭାଙ୍ଗି ନଷ୍ଟ ହେଇଥିବା ବେଳେ ସାଶିପଦର ପାଣ କୁଳ ସମାଜ ଗ୍ରାମ୍ୟ କମିଟିର ସଭାପତି ଦିବ୍ୟପ୍ରସାଦ ଦିଗାଲ , ସମ୍ପାଦକ ସୁନାଶିର ଦିଗାଲ , କୋଷାଧ୍ୟକ୍ଷ ମାନସ ଦିଗାଲ, ଉପଦେଷ୍ଟା ବାଳକୃଷ୍ଣ ଦିଗାଲ, କେଶବ ଦିଗାଲ , ମାୟାଧର ଦିଗାଲ, ତାପସ କୁମାର ଦିଗାଲ , ବିନଦ ଦିଗାଲ, ବଳଭଦ୍ର ଦିଗାଲ , ଦୁଃସାଶନ ଦିଗାଲ, ଆଲୋକ ଦିଗାଲ , ଅଲେଖ ଦିଗାଲ, ମାଧବ ଦିଗାଲ, ପାଣ ସମ୍ପ୍ରଦାୟ ଲୋକମାନେ ଦୁଖଃ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ ପୁଣି ସମାଜ ଗୃହ ଯେମିତି ପୂର୍ଣ୍ଣ ନିର୍ମାଣ କରାଯାଇ ପାରିବ ସେଥି ପ୍ରତି ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।