January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୀପାବଳି ପୂର୍ବରୁ ଧନତେରସ ପାଳନ

ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ।

ମୋ ଟିଭି ଓଡିଶା :

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ।

ଏହିଦିନ ଧନ୍ବନ୍ତ୍ରରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ। ଏହିଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ବନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବାତାମାନେ ଅମର ହୋଇ ଯାଇଥିଲେ।

ଏହା ପର ଦିନ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ। ତେଣୁ ଦୀପାବଳିର ପୂର୍ବ ଦିନ ଧନତେରସ ପାଳନ କରାଯାଇଥାଏ। ଐଶ୍ୱର୍ଯ୍ୟ,ପ୍ରାଚୁର୍ଯ୍ୟ ଓ ମା’ ଲକ୍ଷ୍ମୀଙ୍କ ଆଗମନର ପର୍ବ ଧନତେରସ୍ ଅବସରରେ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।ମା’ ଧନଦାତ୍ରୀଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ହେଉ ବୋଲି କାମନା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।