MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ଲଗାଇଲେ ଧର୍ମଗଡ ବିଧାୟକ।

ମୋ ଟିଭି ଓଡିଶା / କଳାହାଣ୍ଡି:୦୩/୦୭(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା ରେ ପ୍ରଧାନ ଶିକ୍ଷକ ଲୋକନାଥ ନାଏକ ଙ୍କ ତତ୍ୱାବଧାନରେ ଆୟୋଜିତ ୭୫ ତମ ବନ ମହୋସଵ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଛନ୍ତି।

ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଆଗାମୀ ମନୁଷ୍ୟ ସମାଜ ବିନାଶ ପାଇଁ ସତର୍କ ସୂଚନା ଦେଉଥିବା ବେଳେ ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଣୁ ଜଙ୍ଗଲର ସୁରକ୍ଷା ସହ ବୃକ୍ଷ ରୋପଣ କରି ଜଳବାୟୁ ପରିବର୍ତ୍ତନ ରୋକା ଯାଇ ପାରିବ ବୋଳି ବିଧାୟକ ଶ୍ରୀ ପାଟ୍ଟଯୋଶୀ ମତ ପ୍ରକାଶ କରିଥିଲେ। ପରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଓ ଅତିଥି ମିଶି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

ବିଧାୟକଙ୍କ ସହ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବିଜେପି କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ବିଦ୍ୟାଳୟ ପରିଚାଳନା କମିଟିର କୃପାସିନ୍ଧୁ ପାତ୍ର, ଅନିରୁଦ୍ଧ ପାତ୍ର, ଅଶୋକ ଭୋଇ, ବାଳକୃଷ୍ଣ ନାଏକ, ସମାଜସେବୀ କେତନ ପାତ୍ର ସମେତ ଶିକ୍ଷକ ଧୀରେନ୍ଦ୍ର ପଣ୍ଡା, ଗୁଣନିଧି ବାଗ, କ୍ରୀଡା ଶିକ୍ଷକ ଅଜୟ ସରାଫ, କୁଳମଣି ଶବର, ଜଗଦୀଶ ଦାସ, ଶିକ୍ଷୟତ୍ରୀ ରିକ ସାନା ପ୍ରଧାନ, ରୋଶାଳୀନି ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।