କଳାହାଣ୍ଡି:୧୭/୦୪ : ନିର୍ବାଚନ ଯେତେ ପାଖେଇ ଆସୁଛି, ଜମୁଛି ପ୍ରାର୍ଥୀ ଙ୍କ ନିର୍ବାଚନି ପ୍ରଚାର, ନିଜର ସମର୍ଥକ ଙ୍କ ସହ ନାମାଙ୍କନ ଦାଖଲ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ମତଦାନ କରିବାକୁ ଅନୁରୋଧ କରୁଛନ୍ତି। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର ଡୁଡୁକାଠେଙ୍ଗା ପଞ୍ଚାୟତ ର ଉପାନ୍ତ ଅଞ୍ଚଳ ର ଡୁଡୁକାଠେଙ୍ଗା,ଧୋବେନ ଚଞ୍ଚରା, ମୁନୁଗା ପଦର, ବନ୍ଧପଡା,ନୂଆପଡା, ପୋଡାଖୋଲ,ଧୋବେନପଡା, ଦଲ୍ଲିପଡା,ଖଲିଗଡ଼ ଗ୍ରାମ ରେ ପହଞ୍ଚି ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଦଲୀୟ ସମର୍ଥକ କର୍ମକର୍ତ୍ତା।ବିଧାୟକ ପ୍ରାର୍ଥୀ ସିଂଦେଓ ଙ୍କୁ ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଇଥିଲେ।
ଏପରିକି ବିଧାୟକ ପ୍ରାର୍ଥୀ ଗାଁ ମୁଣ୍ଡରେ ପହଞ୍ଚିବା ପରେ
ଗ୍ରାମ ର ଯୁବକ ଯୁବତୀ ମାନେ ନାଚଗୀତ କରି ଧୂମ ମଚାଇଛନ୍ତି। ବିଧାୟକ ପ୍ରାର୍ଥୀ ସିଂଦେଓ ବିଜେଡି ସରକାର ଓ ନବୀନ ପଟ୍ଟନାୟକ ଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଯୋଜନା ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶଧାରାକୁ ଜନତାଙ୍କ ନିକଟରେ ଉପସ୍ଥାପନ କରି ଆଗାମୀ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ତାଙ୍କୁ ଯୋଡ଼ା ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ତେବେ ଜନତା ଜନାର୍ଦ୍ଦନ ମଧ୍ୟରେ ମୌଳିକ ସମସ୍ୟା କୁ ନେଇ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଛି।
ନିଜ ଗାଁ ରେ ଆସିଥିବା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିଗତ ବର୍ଷ ର ବିକାଶ ର ହିସାବ ମାଗିବା ସହ ପୂର୍ବରୁ ବିଜେଡି ସରକାର ର ବିଧାୟକ, ଜନ ପ୍ରତିନିଧି ମାନେ ଦେଇଥିବା ମିଛ ପ୍ରତିଶୃତି ର ହିସାବ ନିକାସ ମାଗିଥିଲେ। ଅଞ୍ଚଳ ରେ ରହିଥିବା ପାନୀୟଜଳ,ରାସ୍ତା,ଆଵାସ ଯୋଜନା,କାଳିଆ ଯୋଜନା, କଳାକାର ଭତ୍ତା ଯୋଜନା ରେ ଅନିୟମିତତା ଓ ଅଚଳ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ନେଇ ମୁହାଁମୁହିଁ ଅଭିଯୋଗ କରୁଥିବା ବେଳେ ପ୍ରଚାର ରେ ଆସିଥିବା ବିଧାୟକ ପ୍ରାର୍ଥୀ ଙ୍କୁ ସେମାନଙ୍କ ଅଭିଯୋଗ ର ଜବାବ ଦେବାକୁ ନାକେଦମ ହେବାକୁ ପଡୁଛି। ତେବେ ବିଧାୟକ ପ୍ରାର୍ଥୀ ସିଂଦେଓ ଙ୍କ ପାଇଁ ପ୍ରଚାର ର ମଙ୍ଗୁଆଲ ସାଜିଥିବା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅସନ୍ତୋଷ ଜନତା ଙ୍କୁ ବୁଝାଇବା ସହ ଆଗକୁ ନିଶ୍ଚିତ ଅଭିଯୋଗ ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ବିଧାୟକ ପ୍ରାର୍ଥୀ ସିଂଦେଓ ଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ଆମପାଣି ଯୋନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ,ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ଯୁବନେତା ରାଜେନ୍ଦ୍ର ନାଏକ, ରବି ନାରାୟଣ ଦାସ, କାହ୍ନ ଯୋଶୀ, ପାଣିଗ୍ରାହୀ,ଋତୁରାଜ ମାଝୀ,ମଣିରାମ ଛାତ୍ରୀଆ, ବିରେନ ମାଝୀ ଓ ଦଲୀୟ କର୍ମି ମାନେ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।