ସୋର ପୌର ପାଳିକା ଅନ୍ତର୍ଗତ ସତସଙ୍ଗ ବିହାର ଗ୍ରାମରେ ଜଣେ ଦିବ୍ୟାଙ୍ଗ ନାବାଳିକା ଗାଡିଆ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଏହି ଗ୍ରାମର ମୁକ୍ତିକାନ୍ତ ବେହେରାଙ୍କ ୧୬ ବର୍ଷୀୟ ଦିବ୍ୟାଙ୍ଗ ଝିଅ କଲ୍ୟାଣୀ ବେହେରାକୁ ତାଙ୍କ ମା ସନ୍ଧ୍ୟାରେ ଖାଇବାକୁ ଦେଇ ଅନ୍ୟ କାର୍ଯ୍ୟ କରୁଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କୁ ନ ପାଇ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବା ପରେ ଘର ବାଡ଼ିରେ ଥିବା ଗାଡ଼ିଆରେ ପଡି ଯାଇଥିବା ସନ୍ଦେହ କରି ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ଯମୁନା ପ୍ରସାଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ ଦମକଳ ସହ ସେଠାରେ ପହଞ୍ଚି ଗାଡ଼ିଆରେ ଖୋଜାଖୋଜି କରି ୧୫ ଫୁଟ ଗଭୀର ପାଣି ତଳୁ କଲ୍ୟାଣୀକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଁଚିଥିବା ବେଳେ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ