February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଦେଶରେ ପରିଚୟ ପାଇବ କଳାହାଣ୍ଡିର ଦିବ୍ୟାଙ୍ଗ ଅନାଥ ଛୁଆ।

ମୋଟିଭି ଓଡିଶା : କଳାହାଣ୍ଡି : ୧୬/୦୫ : ଦୁଇ ସନ୍ତାନ ଥାଇ ବି କଳାହାଣ୍ଡିର ଏକ ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଗମ୍ଭାରୀ ଗୁଡା ଯଶୋଦା ଅନାଥ ଆଶ୍ରମ ରେ । ୟୁ ଏସ ଏ ଆମେରିକା ର ଟେସ୍ସସେସ (କାଲିଫର୍ଣ୍ଣିଆ)ସହର ରୁ ଏକ ବିଦେଶୀ ଦମ୍ପତ୍ତି ଆସି ଗୁରୁବାର ଯଶୋଦା ଅନାଥ ଆଶ୍ରମ ରେ ଥିବା ଏକ ଅନାଥ ଦିବ୍ୟଙ୍ଗ ଶିଶୁ କନ୍ୟା କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ସହିତ ତାଙ୍କୁ ନିଜ ଦେଶ କୁ ନେଇଛନ୍ତି। ଫଳରେ ଏବେ ଓଡ଼ିଆ ଶିଶୁ ବିଦେଶ ରେ ବଢିବା ସହିତ ନିଜର ପରିଚୟ ପାଇବ । ନିଜ ଛୁଆ କୁ ଦେଇ ତାର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଭଗବାନ ଙ୍କୁ ଆଶୀର୍ବାଦ ମାଗିଛନ୍ତି ଅନାଥ ଆଶ୍ରମ ର ପୁରୋଧା ଶ୍ୟାମ ସୁନ୍ଦର ଜାଲ ତାଙ୍କ ପତ୍ନୀ କସ୍ତୁରୀ । ସେପଟେ ଦିବ୍ୟଙ୍ଗ ଛୁଆ କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ପରେ ଉତ୍ସାହିତ ହୋଇଛନ୍ତି ଦୁଇ ବିଦେଶୀ ଦମ୍ପତି । ଏହି ଆଶ୍ରମରେ ୭୮ ଜଣ ଶିଶୁ ରହିଛନ୍ତି।ଗତ ୩୨ ବର୍ଷ ହେଲା ଯଶୋଦା ମା କସ୍ତୁରୀ ନିଜ ସ୍ନେହ ଓ ମମତାର ବାନ୍ଧି ରଖିଛନ୍ତି ସମସ୍ତଙ୍କୁ। ପୂର୍ବରୁ ମଧ୍ୟ ଜଣେ ବିଦେଶୀ ଏଠାରୁ ଜଣେ ଶିଶୁ ଙ୍କୁ ପୋଷ୍ୟ ପାଇଁ ନେଇଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।