ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ପ୍ରେସମିଟ୍ କରି ସରକାର ଉପରେ ବର୍ଷିବା ସହିତ ଗତକାଲି ଘଟିଥିବା ଘଟଣାକୁ ନେଇ ସରକାର ଉପରେ ପ୍ରଶ୍ନ କରିଛନ୍ତି। କହିଛନ୍ତି, ଯେତେବେଳେ କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆସିଲା ସେତେବେଳେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆଉ ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ସେତେବେଳେ ଅନାସ୍ଥା ଭୋଟ୍ ପାଇଁ ଜାନୁଆରୀ ୧୦ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁୟାରୀ ୮ରେ ଧମକ ଚମକ ଦିଆଗଲା। ଏହାପରେ ଜାନୁୟାରୀ ୯ରେ ଲଇକେରା ଥାନା ଅଧିକାରୀ ଗୋଟେ ପ୍ରାଇଭେଟ୍ ପ୍ରପଟିରେ ଯାଇ ବେଆଇନ୍ ଭାବେ ସର୍ଚ୍ଚ କଲେ। ଯାହାକି ଦୀପାଳି ଦାସଙ୍କ ଭାଇ ବିଶାଲ ଦାସଙ୍କ ମାଲିକାନାରେ ଅଛି। ଏନେଇ IG ଙ୍କୁ ଭେଟି ସେ ଆଲୋଚନା କରିଥିଲେ ।

କିନ୍ତୁ ତାପର ଦିନ ଛତିଶଗଡ ଯାଇ ପୋଲିସ୍ ହୋଟେଲରେ ସର୍ଚ୍ଚ କଲେ ବୋଲି କହିଛନ୍ତି ଦୀପାଳି ଦାସ । ଏହାସହ ମିସିଂ କେସ୍ ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା। ଏହାପରେ ବିଶାଲ ଦାସ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ସଟର୍ ପଡିଥିଲା। ସେହି ସ୍ଥାନରେ ଛତିଶଗଡ ପୋଲିସ୍ ମୁତୟନ ଥିଲେ। ସେହି ସମୟରେ ବିଶାଲ ଦାସ ଯେତେବେଳେ ପୋଲିସକୁ ପଚାରିଥିଲେ କାହିଁକି ଅଟକ ରଖାଯାଇଛି? ସେତେବେଳେ ପୋଲିସ୍ କହିଥିଲା କି, ଉପରୁ ଅର୍ଡ଼ର ଆସିଲେ ଛାଡିବୁ। ଯାହାକୁ ନେଇ ସରକାର ଉପରେ ରାଗ ଝାଡ଼ିଛନ୍ତି ଦୀପାଳି ।
କିର୍ମିରାରେ ଗଣତନ୍ତ୍ରକୁ ହତ୍ଯା । ଆଇନର ଉଡିଛି ଧଜ୍ଜିଆ । ବିଜେପି ସରକାରଙ୍କ କର୍ମଚାରୀ ଓ ସହଯୋଗୀ ପାଲଟିଛି ଓଡିଶା ପୋଲିସ । ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ଯଙ୍କୁ ଅଟକ ରଖି ଦେଇଛି ମାନସିକ ନିର୍ଯାତନା । ଝାରସୁଗୁଡ଼ା କିର୍ମିରା ବ୍ଲକ ଅନାସ୍ଥା ପ୍ରସ୍ତାବ ଭୋଟ ପ୍ରସଙ୍ଗରେ ଏପରି ସାଂଘାତିକ ଅଭିଯୋଗ ଆଣି ଏମିତି ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ।
ମୋ ଟିଭି ଓଡିଶା, ଝାରସୁଗୁଡା
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |
ସ୍ଥାନୀୟ ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ :