MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲାପାଳଙ୍କ କୁତ୍ରା ବ୍ଲକ ଗସ୍ତ ଏବଂ ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ

ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) ୧୦/୧୨/୨୪:

ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଆଜି କୁତ୍ରା ବ୍ଲକ ଗସ୍ତ କରିଛନ୍ତି ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଏବଂ ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ କୁତ୍ରା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଂକରୁ ୭ ଟି ଲେଖାଏଁ ପ୍ରକଳ୍ପ ସ୍ଥାନିତ ହୋଇଅଛି। ପରେ ପରେ ଲାଇଂ ଠାରେ ହେଉଥିବା ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ ର ଜଳ ବିଶୋଧନ ପ୍ଲାଣ୍ଟ (water treatment plant) ର ପରିଦର୍ଶନ କରିଥିଲେ। ଏହି ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ ଅର୍ନ୍ତଗତ ତିନିଟି ବ୍ଲକ ଯଥା - କୁତ୍ରା, ବଡ଼ଗାଁ ଓ ରାଜଗାଙ୍ଗପୁର ର ୮୦ ଗୋଟି ଗ୍ରାମ କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବାର ଯୋଜନା ରହିଛି।

ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଗୋଟି ଗ୍ରାମ କୁ ପାନୀୟ ଯୋଗାଣ ହେଉଅଛି। ଏହି ପ୍ରକଳ୍ପକୁ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆମଗୋଭା ଗ୍ରାମ ପଞ୍ଚାୟତ ର ଏଲଗା ଗ୍ରାମ ଗସ୍ତ କରି ସେଠାକାର ଜଳନିଧି -୨ ଯୋଜନା ଅନ୍ତର୍ଗତ ହେଉଥିବା ସୋଲାର ଉଠା ଜଳ ସେଚନ ପ୍ରକଳ୍ପ ର ପରିଦର୍ଶନ କରିଥିଲେ। ଜୁଆରମୁଣ୍ଡା ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ସହାୟତା ରେ ଦ୍ଵାରା ହେଉଥିବା ନିର୍ମାଣାଧୀନ ଅଙ୍ଗନୱାଡ଼ି କେନ୍ଦ୍ର ର ପରିଦର୍ଶନ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦହିଜିରା ଠାରେ ଏନଆରଇଜିଏସ ଅନ୍ତର୍ଗତ ପୋଖୋରୀ ଉନ୍ନତିକରଣ କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ଗ୍ରାମ ରେ ଥିବା ପୋଖୋରୀ ଏବଂ ନାଳ ଗୁଡ଼ିକର ଏନଆରଇଜିଏସ ମାଧ୍ୟମରେ ଉନ୍ନତିକରଣ କରିବା ନେଇ ଆଲୋଚନା କରିଥିଲେ। ସେହିପରି କନ୍ଦେଇମୁଣ୍ଡା ଗ୍ରାମ କୁ ଯାଇ ଓଡ଼ିଶା ଜୀବିକା ମିଶନ ଏବଂ ପ୍ରାଣୀ ସଂପଦ ବିଭାଗ ଦ୍ଵାରା ହୋଇଥିବା କୁକୁଡ଼ା ଫାର୍ମ ଏବଂ ମିଲେଟ ଟିଫିନ୍ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଉପଯୁକ୍ତ ବଜାର ସୁବିଧା କରିବାକୁ ବିଭାଗିୟ ଅଧିକାରୀଙ୍କୁ କହିଥିଲେ। ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଯୁଗଳ ବିଶ୍ଵାଳ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।