ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) ୧୦/୧୨/୨୪:
ଜିଲ୍ଲା ସ୍ତରୀୟ ଏକାଦଶ କୃଷି ଗଣନାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି I ୨୦୧୧ – ୨୨ କୁ ସୂଚକ ବର୍ଷ ନେଇ ଏହାର ପ୍ରଥମ ପର୍ଯ୍ୟାୟ ଗଣନା ଜିଲ୍ଲାର ସମସ୍ତ ୧୭ ତହସିଲ ର ୧୭୯୨ ନମୁନା ଗ୍ରାମରେ ସର୍ଭେ ସରିଛି I
ଦ୍ଵିତୀୟ ପର୍ଯ୍ୟାୟ ସର୍ଭେ ରେ ସମସ୍ତ ତହସିଲ ଅନ୍ତର୍ଗତ ୩୪୬ ନମୁନା ଗ୍ରାମ ଯାହାକି ପ୍ରଥମ ପର୍ଯ୍ୟାୟରେ ୨୦% ଗ୍ରାମରେ ଚାଷଜୋତ ସମ୍ପର୍କିତ ପ୍ରଜାସ୍ପତ୍ତ୍ୱ, ଭୂମି ବିନିଯୋଗ, ଜଳସେଚନ ସ୍ଥିତି , କୃଷି ଯନ୍ତ୍ର ଓ କୃଷି ଢାଞ୍ଚା ବିକ୍ଷିପ୍ତ ଭାବେ ଚାଷ ହେଉଥିବା ବିଭିନ୍ନ ଆକାରର ଚାଷଜୋତ ଓ ଚାଷୀ ଙ୍କ ସାମାଜିକ ଗୋଷ୍ଠୀ ସମ୍ବଳିତ ତଥ୍ୟ ଯାହାକି ମୋବାଇଲ ଆପ୍ ରେ ଗଣନାକାରୀଙ୍କ ଦ୍ୱାରା ଚଳିତ ଡିସେମ୍ବର ୨୦୨୪ ରେ ସଂଗ୍ରହ ହେବ I ତୃତୀୟ ପର୍ଯ୍ୟାୟ ରେ ସମସ୍ତ ତହସିଲ ଅନ୍ତର୍ଗତ ୧୨୬ ନମୁନା ଗ୍ରାମ ଯାହାକି ପ୍ରାଣୀସମ୍ପଦ , କୃଷି ଯନ୍ତ୍ରପାତି , ସାର ବ୍ୟବହାର ଚାଷୀ ଦ୍ୱାରା ବ୍ୟବହୃତ କୃଷି ଋଣ ଇତ୍ୟାଦି ସମ୍ବଳିତ ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମ ରେ ଗଣନାକାରୀ ଙ୍କ ଦ୍ୱାରା ୨୦୨୫ ମାର୍ଚ୍ଚ ସୁଦ୍ଧା ସଂଗ୍ରହ ହେବ I ଡିସେମ୍ବର ୯ ତାରିଖରେ ସମସ୍ତ ତହସିଲ ର ଗଣନାକାରୀ ଓ ସୁପରଭାଇଜର ଙ୍କୁ ନେଇ ୧୧୮ ଜଣଙ୍କୁ ତାଲିମ ଦିଆଯାଇଛି I ତାଲିମ କାର୍ଯ୍ୟରେ ଜିଲ୍ଲାର ସମସ୍ତ ତହସିଲ ର ନିର୍ଦ୍ଦିଷ୍ଟ ରାଜସ୍ବ ନିରୀକ୍ଷକ , ସହକାରୀ ରାଜସ୍ବ ନିରୀକ୍ଷକ , ଅମିନ ଓ ଭି.ଏ.ଡବ୍ଲୁ , ପରିସଂଖ୍ୟାନ ଅଧିକାରୀ , ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ , ନିରୀକ୍ଷକ ଯୋଗ ଦେଇଥିଲେ I ଭାରତରେ ଏହି କୃଷି ଗଣନା ୧୯୭୦ – ୭୧ ମସିହାରୁ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ହୋଇଆସୁଛି ଓ ଏହା ଏକାଦଶତମ କୃଷି ଗଣନା ଅଟେ I ତାଲିମ କାର୍ଯ୍ୟରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ବିଜ୍ଞାନାନନ୍ଦ ମହାନ୍ତି , ଓ.ଏସ.ଡି ଶ୍ରୀ ପ୍ରମୋଦ କୁମାର ମହାନ୍ତି ଯୋଗଦାନ କରି ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ ଇ
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ଅଭିମନ୍ୟୁ ମାଝୀ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ହରିହର ନାୟକ , ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ପ୍ରଦୀପ କୁମାର ତିର୍କି ଓ ପରିସଂଖ୍ୟାନ ଅଧିକାରୀ ଯୋଗ ଦେଇ ସମସ୍ତ ତାଲିମ ଗ୍ରହଣ କାରୀ ଙ୍କୁ ଏହି ତାଲିମ ନେଇ ନିଜ ଫିଲଡ ରେ ମାର୍ଗଦର୍ଶିକା ଅନୁଯାୟୀ କ୍ଷେତ୍ରରୁ ସଠିକ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇ ଥିଲେ I ଯୋଜନା ଓ ସଂଯୋଜନ ବିଭାଗ , ଓଡିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ର ତତ୍ତ୍ୱାବଧାନ ରେ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ଼ସ୍ଥ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଆନୁକୁଳ୍ୟ ରେ ଆୟୋଜିତ ହେଇଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଭାବେ ପରିସଂଖ୍ୟାନ ଅଧିକାରୀ ଶ୍ରୀମତୀ ବିଜେତା କିଷାନ ଓ ଶ୍ରୀ ଅଜିତ କୁମାର ସେଠୀ ପରିଚାଳନା କରିଥିଲେ I
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।