February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ) : ୧୪/୧୧/୨୪

ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି ବୈଠକରେ ମାନ୍ୟବର ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା, ଶ୍ରୀ ଭବାନୀ ଶଙ୍କର ଭୋଇ,ମାନ୍ୟବର ସଦର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ , ମାନ୍ୟବର ରାଜଗାଙ୍ଗପୁର ବିଧାୟକ ଡ଼।. ସି.ଏସ. ରାଜେନ ଏକ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ବଣାଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ , ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ଯୋଗ ଦେଇ ଜିଲ୍ଲାର ଖରିଫ ଧାନ ସଂଗ୍ରହ ପ୍ରକିୟା ଉପରେ ଆଲୋଚନା କରିଥିଲେ।


ଚାଷୀମାନଙ୍କୁ ସବନିମ୍ନ ସହାୟକ ମୂଲ୍ୟ ଯୋଗାଇ ଦେବା, ଇନପୁଟ ସହାୟତା ଯୋଗାଇବା ଆଦି ଲକ୍ଷ୍ୟ ନେଇ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ଡିସେମ୍ବର ମାସ ୨୦ ତାରିଖ କୁ ବୈଠକ ରେ ଧାର୍ଯ୍ୟ କରାଯାଇଅଛି। ଏଥିପାଇଁ ଜିଲ୍ଲାରେ ୧୩୩ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ରଖା ଯାଇଛି, ଯେଉଁଥିରେ କି ୭ ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠି, ୪୭ ଟି ଲ୍ୟାମ୍ପସ ରହିଛି। ସେହିଭଳି ମଣ୍ଡି ଗୁଡ଼ିକର ସୁପରିଚାଳନା ନିମନ୍ତେ ମଧ୍ୟ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି, ଯେପରିକି – ଧାନ ର ଅନୈତିକ କାରବାର ବା ଚୋରା ଚାଲାଣ ରୋକିବା ନିମନ୍ତେ ବୋର୍ଡର ଅଞ୍ଚଳ ମାନଙ୍କରେ ସିସିଟିଭି ର ବ୍ୟବସ୍ଥା,ପାଟ୍ରୋଲିଂ ବ୍ୟବସ୍ଥା, ସିସିଟିଭି ଗୁଡ଼ିକର ଗତିବିଧି କୁ ତଦାରଖ କରିବା ନିମନ୍ତେ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ ବ୍ୟବସ୍ଥା ଆଦି। ସେହିଭଳି ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କରେ ସୁପରିଚାଳନା ନିମନ୍ତେ ମଣ୍ଡି ନୋଡାଲ ଅଧିକାରୀ ଏବଂ ସୁପରଭାଇଜର ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହି ଧାନ ସଂଗ୍ରହ ସମ୍ବନ୍ଧୀୟ ବ୍ୟାପକ ଜନ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା। ଚଳିତ ବର୍ଷ ପଂଜୀକୃତ ହୋଇଥିବା ୫୪୪୪୧ ଜଣ ଚାଷୀଙ୍କ ଠାରୁ ମୋଟ୍ ୧୯୪୩୩୮.୨୩୫ ମେଟ୍ରିକ୍ ଟନ ଧାନ କିଣାଯିବାର ଲକ୍ଷ୍ୟ ରହିଛି । ଏହି ଧାନ ସଂଗ୍ରହ କାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମଧ୍ୟ ସହାୟତା ନିଆଯିବ ।

ଏଥର ୭ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟ ରେ ନିୟୋଜିତ କରାଯିବ । ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ଜିଲ୍ଲା ସ୍ତରରେ କଂଟ୍ରୋଲ ରୁମ ନମ୍ବର ୧୮୦୦୪୩୫୭୪୬୧ ଜାରି କରାଯାଇଛି, ଏହାଛଡା ଧାନ ସଂଗ୍ରହ ନିମନ୍ତେ ଅନ୍ୟାନ୍ୟ ସୂଚନା କିମ୍ବା ପ୍ରଶ୍ନ ରହିଥିଲେ ଯୋଗାଣ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ମଧ୍ୟ ଚାଷୀମାନେ ଯୋଗାଯୋଗ କରିପାରିବେ। ଧାନ ସଂଗ୍ରହ ମଣ୍ଡିରେ ଗୋଦାମ, ପିଣ୍ଡି, ପରୀକ୍ଷା ଉପକରଣ, ପାନୀୟ ଜଳ, ଛାୟା ବ୍ୟବସ୍ଥା ଏବଂ ଶୌଚାଳୟ ଇତ୍ୟାଦି ପ୍ରସ୍ତୁତ କରି ରଖିବାକୁ ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଏହି ବୈଠକ ରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ବେଶ୍ରା, ଡି ଆର୍ ସି ଏସ ଶ୍ରୀ ଉମା ଶଙ୍କର ଦାସ, ଅତିରିକ୍ତ ଯୋଗାଣ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବହୁ ସଂଖ୍ୟା ରେ ଚାଷୀ ଏବଂ ମିଲର୍ସ୍ ମାନେ ଯୋଗ ଦେଇ ବୈଠକ ରେ ଧାନ ସଂଗ୍ରହ କିଭଳି ସୁରୁଖୁରୁ ରେ ହୋଇପାରିବ ସେଥି ନିମନ୍ତେ ନିଜ ନିଜର ମତାମତ ରଖିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।