February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀ ଅନ୍ନ ଓ ବିଲୁପ୍ତ ପୁଷ୍ଟି ଶସ୍ୟ ମେଳା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଶ୍ରୀ ଅନ୍ନ ଓ ବିଲୁପ୍ତ ପୁଷ୍ଟି ଶସ୍ୟ ମେଳା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା : ୦୨/୧୧/୨୪

ଶ୍ରୀ ଅନ୍ନ ଓ ବିଲୁପ୍ତ ପୁଷ୍ଟି ଶସ୍ୟ ମେଳା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଖୋର୍ଦ୍ଧା, ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିଲେ। ଏତଦବ୍ୟତିତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତିଶଙ୍କର ସାହୁ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଶ୍ରୀ ଅନ୍ନ ଓ ବିଲୁପ୍ତ ପ୍ରାୟ ପୁଷ୍ଟି ଶସ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା।

ବିଭିନ୍ନ ମହିଳା ସ୍ବଂୟ ସହାୟକ ଗୋଷ୍ଠି, ଚାଷି, ଛାତ୍ର ଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନ, ହୋଟେଲ ତଥା ରେଷ୍ଟୁରାଣ୍ଟ କର୍ମକର୍ତ୍ତା ମାନଙ୍କର ସକ୍ରିୟ ଅଂଶଗ୍ରହଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଜଣା ଅଜଣା କାର୍ଯ୍ୟକ୍ରମ ତଥା ରୋଷେଇ ପ୍ରତିଯୋଗିତା ମାଧ୍ୟମରେ ଶ୍ରୀ ଅନ୍ନ ଓ ପୁଷ୍ଟି ଶସ୍ୟକୁ ବହୁଳ ପ୍ରଚାର ପ୍ରସାର ନିମନ୍ତେ ଗୁରୁତ୍ତାରୋପ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତୀ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଅମର କୁମାର ଅଗ୍ରବ୍ବାଲ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ନିରଞ୍ଜନ ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବିଦତ୍ତ ମାଝୀ, ଜିଲ୍ଲା ସଂସ୍କୁତି ଅଧିକାରୀ, ଚୌଧୁରି ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଖୋର୍ଦ୍ଧା ସ୍ମିତା ମହାନ୍ତି, କୃଷି ଜିଲ୍ଲା ଅଧିକାରୀ, ଟାଙ୍ଗୀ ମନୋରଞ୍ଜନ୍ ମିଶ୍ର, କୃଷି ଜିଲ୍ଲା ଅଧିକାରୀ, ଭୁବନେଶ୍ବର ମନୋରଞ୍ଜନ୍ ରାଉଳ ଓ ଆନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଟାଙ୍ଗି ଓ ବାଣପୁର ବ୍ଲକ ସ୍ତରୀୟ କୃଷି ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନ ପ୍ରମୁଖ ଯୋଗଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।