ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ ) :୨୬/୧୦:
ଶନିବାର ସକାଳ ୮ ସମୟରୁ ସୁନ୍ଦରଗଡ ଜିଲ୍ଳା ସ୍ତରୀୟ ସିପକ ଟାକ୍ରୋ ଚୟନ ପ୍ରତିଯୋଗିତା ଯୋଗୀମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗୀମାଲ ସରପଞ୍ଚ ସୌଦାମିନୀ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜେ ବି ଏନ୍ ଏମ ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀମାଲର ଅଧ୍ୟକ୍ଷ କିଶୋର କୁମାର ରାଉତ ଯୋଗଦାନ କରିଥିଲେ l

ଉକ୍ତ ପ୍ରତିଯୋଗିତାରେ ସିନିଅର ଏବଂ ସବ ଜୁନିଅର ବିଭାଗରେ ଉଭୟ ବାଳକ ଓ ବାଳିକା ଖେଳାଳି ମାନଙ୍କୁ ଚୟନ କରା ଯାଇଥିଲା l ଜିଲ୍ଲାର ବିଭିନ୍ନ ଗ୍ରାମ,ସ୍କୁଲ ଓ କଲେଜରୁ ୩୦ ଜଣ ଝିଅ ଓ ୫୦ ଜଣ ପୁଅ ଖେଳାଳି ଭାଗ ନେଇଥିଲେ l ଯେଉଁ ସିନିଅର ଖେଳାଳି ମାନେ ଚୟନ ହୋଇଛନ୍ତି ଆସନ୍ତା ନଭେମ୍ବର ମାସ ୨ ଓ ୩ ତାରିଖରେ ପୁରୀରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଏବଂ ସବ ଜୁନିଅର ଖେଳାଳୀ ମାନେ ଆସନ୍ତା ନଭେମ୍ବର ମାସ ୯ ଓ ୧୦ ତାରିଖରେ ସୁନ୍ଦରଗଡରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l
ଜାତୀୟ ରେଫରୀ ରମେଶ ଚନ୍ଦ୍ର ନାଏକ ଖେଳ ପରିଚାଳନାର ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଖେଳ ଶିକ୍ଷକ ଜୟନ୍ତ କୁମାର ନାଏକ, ରଜନୀ କାନ୍ତ ପଟେଲ ଓ ହେମସାଗର ପଟେଲ ସହଯୋଗ କରିଥିଲେ l ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ଆୟୋଜନ କରିଥିବା ବେଳେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲ ସହଯୋଗ କରିଥିଲେ l

ଜନ ସେବା ସମିତି ଯୋଗୀମାଲ ଅନୁଷ୍ଠାନର ସାଧାରଣ ସମ୍ପାଦକ ଲିପ୍ସା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚୟନ ପ୍ରତିଯୋଗିତା ସଫଳ ହୋଇଥିଲା l ସମସ୍ତ ଖେଳାଳି ମାନଙ୍କୁ ସଦର ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ବିଧାୟିକା କୁସୁମ ଟେଟେ, ପୌରପାଳିକା ଅଧ୍ୟକ୍ଷା ତନୟl ମିଶ୍ର, ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ଓ ଜନ ସେବା ସମିତି ଯୋଗୀମାଲ ଅନୁଷ୍ଠାନର ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।