January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ

ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୨/୧୨/୨୪:

ସୁନ୍ଦରଗଡ଼ ରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସାଂସ୍କୃତିକ ପ୍ରତିଯୋଗୀତା ସଂସ୍କୃତି ଭବନ ହୋଇଥିବା ବେଳେ ରଥ ନୋଡାଲ ସ୍କୁଲ୍ ରେ ଅନ୍ୟାନ୍ୟ ପ୍ରତିଯୋଗୀତା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ଆୟୋଜନ ର ଉଦ୍ଦେଶ୍ୟ ଉପରେ କହିଥିଲେ। ଏହି ଯୁବ ଉତ୍ସବ ଜିଲ୍ଲା ସ୍ତର ରେ ଆୟୋଜିତ ହୋଇ ପ୍ରତ୍ୟେକ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଚଳିତ ୨୫ ତାରିଖ ଦିନ ଭୁବନେଶ୍ୱର ଥରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ରେ ଅଂଶ ଗ୍ରହଣ କରିବେ ଏବଂ ରାଜ୍ୟ ସ୍ତର ରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ମାନେ ଜାତୀୟ ସ୍ତର ରେ ଅଂଶ ଗ୍ରହଣ କରିବାର ଯୋଜନା ରହିଛି।

ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଯୁବ ଉତ୍ସବ କୁ ଲୋକ କଳା ସଂସ୍କୃତି ନିମନ୍ତେ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଅଭିହିତ କରିବା ସହିତ ଏହା ଦ୍ଵାରା ଯୁବ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ବିକାଶ ହେବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଯୁବ ଉତ୍ସବ ଆୟୋଜନ ଦ୍ଵାରା ଏକ ମଞ୍ଚ ତଳେ ଏହି ଯୁବ ମାନଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଯୋଗ ନିଶ୍ଚିତ ସେମାନଙ୍କୁ ଆଗଭର ହେବାକୁ ବାଟ ଦେଖାଇବ ବୋଲି ଅତିଥି ମାନେ ମତ ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଯୁବ ମହୋତ୍ସବ ରେ ବିଭିନ୍ନ ବର୍ଗ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯଥା - ଦଳଗତ ଲୋକ ନୃତ୍ୟ, ଦଳଗତ ଲୋକ ସଙ୍ଗୀତ, ଏକକ ଲୋକ ନୃତ୍ୟ, ଏକକ ଲୋକ ସଙ୍ଗୀତ, କବିତା ଲିଖନ ( ହିନ୍ଦୀ ଏବଂ ଇଂରାଜୀ), ଗଳ୍ପ ଲିଖନ (ହିନ୍ଦୀ ଏବଂ ଇଂରାଜୀ ),ଔପଚାରିକ ବକୃତା ( ହିନ୍ଦୀ ଏବଂ ଇଂରାଜୀ) ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା। ଏହି ସବୁ ପ୍ରତିଯୋଗୀତା ରେ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ ରୁ ୧୫ ରୁ ୨୯ ବୟସ୍କ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ କୁ ଶ୍ରୀ ଶେଷଦେବ ନନ୍ଦ ପରିଚାଳନା କରିଥିଲେ। ଏହି ସମସ୍ତ ପ୍ରତିଯୋଗିତାରେ ସମସ୍ତ ବ୍ଲକ୍ ଏବଂ ପୌରାଞ୍ଚଳ ରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ ଏବଂ ବିଚାରକ ଭାବେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ଅନୁଷ୍ଠାନ ସଦସ୍ୟମାନେ ଯୋଗ ଦେଇଥିଲେ।

Latest news