ସୁନ୍ଦରଗଡ: (ଦେବେନ୍ଦ୍ର କୁମାର ଭିତ୍ରିଆ ) ୦୫/୦୯
ବାଲିଶଙ୍କରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କୁ ଗିରଫ କରିବା ଦାବିରେ ଜିଲ୍ଳା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି l ଗତ ମାସ ଅଗଷ୍ଟ ୧୬ ତାରିଖ ଦିନ ଉକ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ କୁ ସହି ନ ତାଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇ ମୁଖ୍ୟ ରାସ୍ତାକୁ ଅବରୋଧ କରି ଥିଲେ ! ଉକ୍ତ ଘଟଣା ଦିନ ତଳସରା ଥାନା କର୍ମଚାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ,ଉପ ଜିଲ୍ଲାପାଳ, ଏସଡିପିଓ ସୁନ୍ଦରଗଡ଼ ଘଟଣା ସ୍ଥଳକୁ ପହଞ୍ଚି ଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର କରିବା ସହିତ ୨୪ ଘଣ୍ଟା ଭିତରେ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ହେଲେ ଘଟଣାର ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରାଯାଇ ନାହିଁ l ଯାହା ଦ୍ଵାରା ଆଜି ସୁନ୍ଦରଗଡ ଜିଲ୍ଲାର ଏସଟି/ଏସସି ଏକତା ମଞ୍ଚର ଶତାଧିକ ମହିଳା ପୁରୁଷମାନେ ଜିଲ୍ଲାପାଳ ଅଫିସକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ l ପ୍ରଧାନ ଶିକ୍ଷକଙ୍କୁ ଯଥା ଶୀଘ୍ର ଗିରଫ କରା ନ ଗଲେ ଆଗମୀ ଦିନରେ ଜିଲ୍ଲା ଏସଟି ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।