MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମହିଳା ଗୋଷ୍ଠି ଙ୍କ ଦ୍ୱାରା ଦେଶୀ ମଦ ଓ ମହୁଲ ପୋଚ ନଷ୍ଟ ।

ସୁନ୍ଦରଗଡ଼ : (ଦେବେନ୍ଦ୍ର କୁମାର ଭିତ୍ରିଆ )

ଅବାଧ ରେ ସ୍ଥାନେ ସ୍ଥାନେ ମଦ ବିକ୍ର ବଡ଼ଗାଁ ବ୍ଲକ ଅନ୍ତର୍ଗତ କୁରେଇବଗl ଗାଁ ର ମୁଖ୍ୟ ସମସ୍ୟା ପାଲଟିଛି । ଅବକାରୀ ବିଭାଗ ଓ ପୋଲିସ ପ୍ରସାଶନ ର ନିରବତା କାରଣ ରୁ ଗାଁ ର ବାତାବରଣ ଜଟିଳ ହୋଇ ପଡିଛି ।

ବିଭିନ୍ନ ସମୟ ରେ ଗାଁ ର ମହିଳା ମାନେ ମଦ ବିରୋଧି ଆନ୍ଦୋଳନ କରିାସୁଛନ୍ତି । ସଫେଇ ନଦି କୁଳ ରେ ପ୍ରାୟ 22 ଗୋଟି ଗାତ ଖୋଳି ମହୁଲ ପୋଚ ପ୍ରସ୍ତୁତ କରିବା ଓ ମଦ ତିଆରି ପାଇଁ ଉଦ୍ୟମ କରୁଥିଲେ । ଗତକାଲି ଗ୍ରାମ ର ମହିଳା ଗୋଷ୍ଠି ମାନେ ଏହି ବିଷୟରେ ସୂଚନା ପାଇ ମଦ ରନ୍ଧା ସ୍ଥାନରେ ଚଢାଉ କରି ବହୁଳ ମାତ୍ରା ରେ ମଦ ଓ ମହୁଲ ପୋଚ ନଷ୍ଟ କରିବାରେ ସଫଳ ହୋଇଛନ୍ତି ।

ମହିଳା ମାନେ ନିଜସ୍ୱ ଉଦ୍ୟମରେ ନିକଟସ୍ଥ ସଫେଇ ନଦୀ କୂଳରେ ମହୁଲ ପୋଚ ଓ ରନ୍ଧା ମଦ କୁ ନଷ୍ଟ କରିଛନ୍ତି । ଏହା ପୂର୍ବ ରୁ ମହିଳା ମାନେ ବଡ଼ଗାଁ ଥାନା ର ଆଶିଷ କୁମାର ଜେନା, ଅବକାରୀ ବିଭାଗର ସୁଧୀର କୁମାର ମିଶ୍ର କୁ ଫୋନ ମାଧ୍ୟମ ରେ ଜଣାଇଥିଲେ ମାତ୍ର ଅଧିକାରୀ ମାନେ ଆମେ ଅନ୍ୟ କାମରେ ବ୍ୟସ୍ଥ ଅଛୁ ଆଜି ଯାଇପାରିବୁ ନାହିଁ ଏବଂ ତୁମେ ମହୁଲ ପୋଚ କୁ ନଷ୍ଟ କରିଦିଅ ବୋଲି କହିଲା ପରେ ମହିଳା ମାନେ ନିଜସ୍ୱ ଉଦ୍ୟମରେ ମଦ ଓ ପୋଚ ନଷ୍ଟ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।