February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସନ୍ଦେହରେ ପୋଲିସ ଡିଜିଙ୍କ ଭୂମିକା, ଆଶିଷ ସିଂଙ୍କ ସୁରକ୍ଷାଦାତା…..

ମୋ ଟିଭି ଓଡିଶା / ଭୁବନେଶ୍ୱର :

ସନ୍ଦେହରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଭୂମିକା। ଆଇପିଏସ ଅଫିସର ଆଶୀଷ କୁମାର ସିଂଙ୍କ ସୁରକ୍ଷାଦାତା ସାଜିଛନ୍ତି ପୋଲିସ ଡିଜି ଶ୍ରୀ ଷଡ଼ଙ୍ଗୀ। ଗୃହ ବିଭାଗ ଚିଠି ଲେଖି ଆଇପିଏସ୍ ଆଶିଷ ସିଂଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିବା ପରେ ପୋଲିସ ଡିଜିଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ବୁଧବାର ଡିଜିଙ୍କ ଦ୍ୱାରା ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଶିଷ ସିଂ ଉପସ୍ଥିତ ରହିବା ଓ ଗୁରୁବାର ଗୃହ ବିଭାଗ ତାଙ୍କ ସମ୍ପର୍କରେ ରିପୋର୍ଟ ମାଗିବା ହିଁ ପୋଲିସ ଡିଜିଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣି ଆଣିଛି।

ସାଧାରଣ ନିର୍ବାଚନବେଳେ ସ୍ୱାସ୍ଥ୍ୟ ଖରାପର ମିଛ ବାହାନା କରି ବିଜେଡି ପାଇଁ କାମ କରିଥିବାର ତଥ୍ୟପ୍ରମାଣ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିଶନ ଜୁନ୍ ୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୋଲିସ ଡିଜି ଶ୍ରୀ ଷଡ଼ଙ୍ଗୀ ତାଙ୍କର ସୁରକ୍ଷାଦାତା ସାଜିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବପର ହେଉନଥିବା ସାଧାରଣରେ ଚର୍ଚ୍ଚା। ସୂଚନା ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ ରାଜ୍ୟ ପୋଲିସ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ଆଇପିଏସ୍ ଆଶିଷ କୁମାର ସିଂଙ୍କ ଛୁଟି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କହିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଇପିଏସ୍ ଶ୍ରୀ ସିଂ ମେ’ ୪ତାରିଖରେ ଏକମାସ ଛୁଟି(ଇଏଲ) ନେଇଥିଲେ। ଏହି ଛୁଟି ଆବେଦନକୁୁ ଗୃହ ବିଭାଗ ପିଛିଲା ଭାବେ ଅର୍ଥାତ୍ ମେ’ ୧୦ତାରିଖରେ ଅନୁମୋଦନ କରିଥିଲା। ତେବେ ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ଶ୍ରୀ ସିଂ କାର୍ଯ୍ୟରେ ଯୋଗଦେଲେଣି ନା ନିଜର ଛୁଟି ଅବଧି ବୃଦ୍ଧି କରିଛନ୍ତି ତା’ର କୌଣସି ସୂଚନା ଗୃହ ବିଭାଗ ପାଖରେ ନାହିଁ। ତେଣୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଖୁବଶୀଘ୍ର ବିଭାଗକୁ ଦେବା ପାଇଁ ଶ୍ରୀ ମଲ୍ଲିକ ରାଜ୍ୟ ପୋଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।