February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟ ରେ ଛୋଟ ଛୋଟ ଉଠା ଦୋକାନୀ


ବାଲିଗୁଡା, (ମୋ ଟିଭି ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):

ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର।

ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି।

କଟକ ଜଗତପୁର ଅଞ୍ଚଳର କିଛି ଯୁବକ କନ୍ଧମାଳ ଜିଲ୍ଲାର କିଛି ବେକାର ଯୁବକ ମାନଙ୍କୁ ଧରି ଟଙ୍କାର ପ୍ରଲୋଭାନ ଦେଖାଇ ଜଙ୍ଗଲ ମଧ୍ୟରେ ନକଲି ନୋଟ ବଜାରରେ ଛାଡିବାକୁ ଯୋଜନା କରିବା ସହ ଟ୍ରାଏଲ ବିଶେଷରେ ୧୦୦,୨୦୦ , ୫୦୦ ଟଙ୍କିଆ ନକଲି ନୋଟ କିଛି ପରିମାଣରେ ବଜାରକୁ ଛାଡିଥିବା ଖବର ମଧ୍ୟ ମିଳିଛି।

ଏଥି ପ୍ରତି ଅଞ୍ଚଳର ସମସ୍ତ ବ୍ୟବସାୟୀ ନଜର ରଖିବା ସହ ଏ ସମ୍ପର୍କରେ ଖବର ପାଇଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ କରାଯାଇଛି l ଏ ନେଇ ପୋଲିସ ବିଭାଗ ତରଫରୁ ମଧ୍ୟ ସମଗ୍ର ଜିଲ୍ଲାରେ କଡା ନଜର ରଖାଯାଇଥିବା ବିଷୟ ଜଣାପଡିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।