MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବେହେରା ଠାରେ ଡ.ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ।

କଳାହାଣ୍ଡି: ୧୫/୦୪: କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ଦଣ୍ଡପାଟ୍ ଅଞ୍ଚଳ ବେହେରା ଠାରେ ଡ. ବି.ଆର ଆମ୍ବେଦକର ଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଯାଇଛି। ଦଣ୍ଡପାଟ୍ ଆଞ୍ଚଳିକ ଡ଼ମ୍ବ ସମାଜ, ବେହେରାଙ୍କ ପ୍ରୟାସ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ଜନ୍ମ ଜୟନ୍ତୀରେ ମୂଖ୍ୟ ଅତିଥି ଭାବରେ ଡ.ମଳୟ ତାଣ୍ଡି, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ, କଂଗ୍ରେସ ବିଧାୟିକା ପ୍ରାର୍ଥନି ରଶ୍ମିରେଖା ରାଉତ, ମୂଖ୍ୟବକ୍ତା ଭାବେ ଲଖିରାମ୍ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ୍ନା ନାଏକ, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ପ୍ରେମଲାଲ ନାଏକ, ଗୌରଚନ ଗୋପାଳ, ହିରାଲାଲ ବାଗ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ବିରାଟ ଶୋଭାଯାତ୍ରା ବେହେରା ଗ୍ରାମ ପରିକ୍ରମା କରିଥିଲା।

ପରେ ଡମ୍ବ ସମାଜର ସଭାପତି ବିରଞ୍ଚି ଖମାରୀଙ୍କ ସଭାପତିତ୍ବରେ ମୂଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉପସ୍ଥିତ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଡ. ବି.ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଡ଼ମ୍ବ ସମାଜର ନୂତନ ଗୃହର ଶୁଭ ଉଦଘାଟନ କରଯାଇଥିଲା। ମଞ୍ଚ ରେ ଉପସ୍ଥିତ ଅତିଥିମାନେ ଡ଼ଃ, ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ମାର୍ଗ ଦର୍ଶନ ଦେଇଥିଲେ।ଏହି ଅବସର ରର ସମାଜ ପାଇଁ ଉସର୍ଗିକୃତ କିଛି ବିଶିଷ୍ଟ ବ୍ୟକ୍ତି, କଳାକାର ତଥା ପ୍ରତିଭା ମାନଙ୍କୁ ସମ୍ମାନୀତ କରା ଯାଇଥିଲା ।

ଶିକ୍ଷା କ୍ଷେତ୍ରରେ ଉତ୍ତମ ମାନର ଶିକ୍ଷା ପ୍ରଦାନ ତଥା ଜଣେ ଆଦର୍ଶ ଶିକ୍ଷକ ଭାବରେ ସୁବାସ ଚନ୍ଦ୍ର ଦୁରିଆଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିବା ବେଳେ ନିର୍ଭୀକ,ନିଷ୍ଠାପର ,ନିଃସ୍ଵାର୍ଥପର ଏବଂ ଉତ୍ସର୍ଗୀକୃତ ସାମ୍ବାଦିକ ଭାବରେ ବଡ଼ ଖବର ପ୍ରତିନିଧି କାମେସ ନାଗ ଏବଂ କଳିଙ୍ଗ 24 ନିଉଜ୍ ପ୍ରତିନିଧି ରୁପେନ୍ଦ୍ର ସୁନାନୀଙ୍କୁ ମଧ୍ୟ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରା ଯାଇଥିଲା। ଦିବଙ୍ଗତ ସ୍ବର୍ଗତ କୁମୁଦ ରଞ୍ଜନ ନାଏକଙ୍କୁ ମଧ୍ୟ ମରୋଣତ୍ତର ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ସହିତ କୁନି ପ୍ରତିଭା ଓ ଅନେକ କଳାକାରଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ପରିଶେଷରେ ଡ଼ମ୍ବ ସମାଜର ସମ୍ପାଦକ ଯଶୋବନ୍ତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରୁପେନ୍ଦ୍ର ସୁନାନୀ ଏବଂ ତ୍ରିଲୋଚନ ମହାନନ୍ଦ ସଂଯୋଜନା କରିଥିବା ବେଳେ ଡ଼ମ୍ବ ସମାଜର କାର୍ଯ୍ୟକାରୀ ସଭାପତି ସୁନିଲ ଦୁରିଆ, ପଙ୍କଜ ଠାକୁର, ହେରମ୍ୱ ସେନାପତି, ଜଗଦୀଶ ନାଗ, ଭୋଲାନାଥ ଭରତିଆ , ବରିଷ୍ଠ ସାମ୍ବାଦିକ ସୁବାସ ବାଗ, ଶୋଭିତ ଗାନ୍ଧୀ, ଦିଲୀପ ଦୁରିଆ, ପ୍ରଦୀପ ସେଠିଆ, ମାଧବ ଠାକୁର , କାର୍ତ୍ତିକ ନାଗ, ତ୍ରିବିକ୍ରମ ନାଏକ, ଅରୁଣ ଜାଲ, ଶ୍ୟାମ ଭରତିଆ, ଦିଗାମ୍ବର ବେମାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଅନୁଷ୍ଠିତ ହୋଇଥିବା ଏହି ଜନ୍ମ ଜୟନ୍ତୀରେ ଅଞ୍ଚଳର ଶତାଧିକ ଆମ୍ବେଦକର ପ୍ରେମୀ ଙ୍କ ସମାଗମ ଦେଖିବାକୁ ମିଳିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।