MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡଃ ବି ଆର ଆମ୍ବେଦକର ଜୟନ୍ତୀ ପାଳିତ।

ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଙ୍କ ସଦଦ୍ଭାବନା ଗୃହ ରେ ଡଃ ଵି ଆର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। କାର୍ଯ୍ୟସୂଚୀ ଅନୁସାରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ଵାଗତ ଭାଷଣ ରଖି ଥିଲେ। ପରେ ମଞ୍ଚାସୀନ ଅତିଥି ‌ମାନେ ଭାଷଣ ‌ର‌ଖିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଆମ୍ବେଦକରଙ୍କ ଜିବନୀ ଵିଷୟରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆମ୍ବେଦକର ତାଙ୍କ ଜୀବନ ରେ ପାଠ ପ୍ରତି ଆକାଂକ୍ଷା ଏବଂ କଠିନ ପରିଶ୍ରମ ବଳରେ ଆଗକୁ ଵଢିପାରିଥିଲେ। ଅନ୍ୟ ଦେଶ ତୁଳନାରେ ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କେବଳ ତାଙ୍କର ଅବଦାନ ସମ୍ବିଧାନ ପାଇଁ ପରିଗଣିତ ହୋଇପାରିଛି। ଅର୍ଥନୀତି/ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ତରାଇ ବୟସର ପ୍ରଥମ ୨୫ ଵର୍ଷ ଭଲଭାବରେ ପାଠ ପଢିଥିଲେ ଅବଶିଷ୍ଟ ସମୟ ସୁଖରେ କାଳାତିପାତ କରିବାକୁ ହୁଏ ବୋଲି ଉପଦେଶ ପ୍ରଦାନ କରିଥିଲେ।ପିଲାମାନଙ୍କୁ ଆମ୍ବେଦକରଙ୍କ ଜିବନୀ ଉପରେ ଆଧାରିତ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ଆଲୋଚନା ମାଧ୍ୟମରେ ପିଲାମାନେ ଆଗକୁ ଯାଇପାରିବେ ବୋଲି ମତପୋଷଣ କରିଥଲେ।

ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗିତାନଶୁ ମୋହନ ଦାଶ /ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିଲିପ ହିଆଲ /ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟା ରାଣୀ ରାଉତ ଆମ୍ବେଦକର ଙ୍କ ବିଷୟରେ ପିଲାମାନଙ୍କର ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ଶିକ୍ଷକ/ଶିକ୍ଷୟିତ୍ରୀ/ଛାତ୍ର, ଛାତ୍ରୀ /ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଚଉଧୁରି ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।